Uncategorized

ଯୋଗୀ ସରକାରର ରିପୋର୍ଟ କାର୍ଡ ମିଛ: ପ୍ରିୟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଯୋଗୀ ସରକାରକୁ ୩ ବର୍ଷ ପୂରିଛି । ଏହି ତିନି ବର୍ଷ ପୂର୍ତ୍ତି ଅବସରରେ ଏକ ରିପୋର୍ଟ ସରକାର ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ଏହି ରିପୋର୍ଟ ମିଛରେ ପୂର୍ଣ୍ଣ ବୋଲି ଆଜି କଂଗ୍ରେସ ସାଧାରଣ ସମ୍ପ।।ଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି । ସେ କହିଛନ୍ତି, ୟୁପିର ବିଜେପି ସରକାର ତାର ରିପୋର୍ଟ କାର୍ଡ ପ୍ରକାଶ କରିଛି, ଯାହା ମିଛରେ ଭରିରହିଛି । ମହିଳାଙ୍କ ସୁରକ୍ଷା ସମ୍ପର୍କରେ ବଡ ବଡ ଦାବି କରାଯାଉଛି । କିନ୍ତୁ ଉନ୍ନାଓ ଓ ଲକ୍ଷ୍ମୀପୁରରେ ଘଟିଥିବା ଲୋମହର୍ଷଣକାରୀ ଘଟଣା ପରେ ମହିଳାଙ୍କ ପାଇଁ ସରକାରର ଦାବି ମିଛ ପ୍ରମାଣିତ ହୋଇଛି । କେବେ ସରକାର ଜାଗିବ ବୋଲି ପ୍ରିୟଙ୍କା ଟୁଇଟ କରି ଉ୍େଲ୍ଲଖ କରିଛନ୍ତି । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ସରକାରର ୩ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରର ଉପଲବ୍ଧିଗୁଡିକ ବର୍ଣ୍ଣନା କରିଥିଲେ ।

Related posts

 ବର୍ଷାରେ ୪ ମୃତ, ୪୦ ନିଖୋଜ

mahabharatanews

କ୍ରାଇମବ୍ରାଞ୍ଚ DIGଙ୍କୁ ଭେଟିଲା ବାର ଆସୋସିଏସନ୍

mahabharatanews

ହଂକଂକୁ ଆସନ୍ତା ୭ରୁ ଏୟାର ଇଣ୍ଡିଆ ବିମାନ ବାତିଲ

mahabharatanews