Uncategorized

ସିନ୍ଧରେ ୯ ଚିହ୍ନଟ ପରେ ପାକରେ ସଂକ୍ରମିତଙ୍କ ସଂଖ୍ୟା ୧୮୧

ଇସଲାମବାଦ: ପାକିସ୍ତାନର ଦକ୍ଷିଣାଞ୍ଚଳର ସିନ୍ଧରେ ୯ ଜଣ ନୂତନ କୋରୋନା ସଂକ୍ରମଣ ଚିହ୍ନଟ ପରେ ଏହି ସଂଖ୍ୟା ୧୮୧ରେ ପହଞ୍ଚିଛି ଥିବା ସିନ୍ଧ କ୍ଷେତ୍ରର ପ୍ରବକ୍ତା ମୁର୍ତାଜା ୱାହାବ ଆଜି ଏହି ସୂଚନା ଦେଇଛନ୍ତି । ପାକିସ୍ତାନରେ ମୋଟ ୨୪୬ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୩ ଜଣ ବିଦେଶୀ ପର୍ଯ୍ୟଟକ , ଯେଉଁମାନେ ଇରାନ- ପାକିସ୍ତାନ ସୀମାନ୍ତରେ ଥିବା ସୁକୁରକୁ ପ୍ରତ୍ୟାବର୍ତ୍ତନ କରିଥିବା ଡନ ସମ୍ବାଦ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପାକିସ୍ତାନର ପୂର୍ବାଞ୍ଚଳରେ ପଞ୍ଜାବ ପ୍ରଦୋରେ ୨୬ଟି, ବେଲୁଚିସ୍ଥାନରେ ୧୬, ରାଜଧାନୀ ଇସଲାମବାଦରେ ୨ ଓ ଖିବର ପାଖତୁନଖ୍ୱାରେ ୧୬ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୧୮୫୦୦୦ ହୋଇଥିବା ବେଳେ ୭୫୦୦ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସର୍ବଶେଷ ବିବରଣୀ ଦିଆଯାଇଛି ।

Related posts

ଚୀନ ପରେ ଇରାନ ପାଲଟିଛି କୋରୋନାର ନୂତନ କେନ୍ଦ୍ର

mahabharatanews

ଇଟାଲୀରୁ ସ୍ୱଦେଶ ଫେରିଲେ ୨୧୮ ଭାରତୀୟ

mahabharatanews

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି

mahabharatanews