Uncategorized

୨୦୦ ଟ୍ରେନ ରଦ୍ଦ, ୪୫୦ କୋଟି କ୍ଷତି

ନୂଆଦିଲ୍ଲୀ: କରୋନା ଭୂତାଣୁର ବ୍ୟାପକତା ରୋକିବା ଲକ୍ଷ୍ୟରେ ଭାରତୀୟ ରେଳ ବାଇ ବଡ ପଦକ୍ଷେପ ଗ୍ରହଣ କରିଛି । ଏଥିସହ ଭାରତୀୟ ରେବାଇ ପ୍ରାୟ ୨୦୦ଟି ଟ୍ରେନକୁ ବାତିଲ କରିଛି । ତେବେ ଏତେ ସଂଖ୍ୟକ ଟ୍ରେନ ଚଳାଚଳ ବାତିଲ ହେବା ଯୋଗୁ ଭାରତୀୟ ରେଳବାଇକୁ ପ୍ରାୟ ୪୫୦ କୋଟି ଟଙ୍କା ମାର୍ଚ୍ଚ ମାସରେ କ୍ଷତି ସହିବାକୁ ପଡିବ ।

କରୋନାକୁ ଦୃଷ୍ଟିରେ ଚଳିତ ମାସରେ ରେକର୍ଡ ସଂକ୍ୟକ ଲୋକ ସେମାନଙ୍କ ଟିକେଟ ବାତିଲ କରିଛନ୍ତି । ଉତ୍ତର ତଟ ରେଳୱେରେ ୧ରରୁ ୧୨ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୧୨ ଲକ୍ଷ ଟିକେଟ ରଦ୍ଦ ହୋଇଛି । ଏଥିପାଇଁ ରେଳବାଇ ଲୋକଙ୍କୁ ପ୍ରାୟ ୮୫ କୋଟି ଟଙ୍କା ଫେରସ୍ତ କରିବାକୁ ପଡିଛି । ସେହିପରି ସମଗ୍ର ଭାରତରେ ପ୍ର।।ୟ ୬୩ % ଲୋକ କରୋନାକୁ ଦୃଷ୍ଟିରେ ରଖି ବୁକିଂ କ୍ୟାନସେଲ କରିଛନ୍ତି । ଏଥିପାଇଁ ରେଳବାଇକୁ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡିବ । ଏଥିସହ ରେଳବାଇ ବିଭିନ୍ନ ଜୋନରେ ଚଳାଚଳ କରୁଥିବା ୨୦୦ଟି ଟ୍ରେନକୁ ବାତିଲ କରିଥିବାରୁ ଏ ବାବଦରେର ପାଉଥିôବା ଭଡା ମଧ୍ୟ ହରାଇବାକୁ ଯାଉଛି ।

Related posts

ଅବନ୍ତିପୋରାରେ ୪ ଜୈଶ ଏ ମହମ୍ମଦ ଆତଙ୍କବାଦୀ ଗିରଫ

mahabharatanews

 ଅର୍ଣ୍ଣବଙ୍କୁ ଉଠାଇନେଲା ପୁଲିସ

mahabharatanews

ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ମୃତଦେହ ଉଦ୍ଧାର

mahabharatanews