ଓଡିଶା

ମାଲକାନଗିରିରେ ଭୁକମ୍ପ

(ମହାଭାରତ, ମାଲକାନାଗିରି): ମାଲକାନାଗିରି ଜିଲ୍ଲାରେ ଶନିବାର ପୂର୍ବାହ ୧୧ଟା୧୫ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ନାୟକଗୁଡାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୁକମ୍ପ ଝଟକା ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ର ଛତିଶଗଡର ଦକ୍ଷିଣ-ପଶ୍ଚିମ ଜଗଦଲପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ଦେଇଛନ୍ତି । ଆଜି ୧୧ଟା ୧୫ ମିନିଟ୍ ସମୟରେ ୨ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିେରେ କିଛି ଘରର କାନ୍ଥ ଫାଟି ଯାଇଛି । ଭୂମିକମ୍ପ ଅନୁଭୂତ ହେବା ସମୟରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ପ୍ରାୟ ୨ରୁ ୩ ସେକେଣ୍ଡ ଯାଏ ଏହି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଭୂମିକମ୍ପର ପ୍ରଭାବ ମାଲକାନଗିରି ଜିଲ୍ଲାର ଖଇରପୁଟ, ମାତିଲି ଏବଂ କୋରକୋଣ୍ଡା ଅଞ୍ଚଳରେ ପରିଲକ୍ଷିତ ହୋଇଛି । ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ସହରର ସାଇମନ୍ଦିରର କାନ୍ଥରେ ଫାଟ ହୋଇଥିବା ଦେଖିବାକୁ ମିଳିଛି ।

Related posts

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

mahabharatanews

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews

ଏଣିକି ପର୍ଯ୍ୟଟଙ୍କ ପାଇଁ ରାତିରେ ଖୋଲା ରହିବ ନନ୍ଦନକାନନ

mahabharatanews