Uncategorized

୩୧ ଯାଏଁ ସମସ୍ତ ଟ୍ରେନ ବାତିଲ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ରେଲୱେ ବୋର୍ଡ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଟ୍ରେନକୁ ବାତିଲ କରି ଦିଆଯାଇଛି । ୩୧ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ବାତିଲ କରି ଦିଆଯାଇଛି । ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି । ସବୁ ପାସେଞ୍ଜର ଟ୍ରେନ୍ ବି ବାତିଲ ହୋଇଛି । ତେବେ ମାଲବାହୀ ଗୁଡ଼ିକ ପୂର୍ବପରି ·ଲିବ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରେଲୱେ ବୋର୍ଡ଼ ଏହି ନିଷ୍ପତ୍ତି ନେଇଛି । ରେଳ ମନ୍ତ୍ରଣାଳୟର କାର୍ଯ୍ୟବାହୀ ନିର୍ଦ୍ଦେଶକ ରାଜେଶ ଦତ୍ତ ବାଜପେୟୀ ଏହି ସୂଚନା ଦେଇଛନ୍ତି । “ଜନତା କର୍ଫ୍ୟୁ’ ଯୋଗୁ ଆଜି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସବୁ ଟେନକୁ ବାତିଲ କରାଯାଇଥିଲା । ତେବେ ଭୋର ୪ଟା ପୂର୍ବରୁ ବାହାରି ଥିବା ସମସ୍ତ ଟ୍ରେନ୍ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା କରିବେ । ଅନ୍ୟପକ୍ଷରେ ଆଜି ମହାରାଷ୍ଟ୍ର ଏବଂ ବିହାରରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଦେଶରେ କରୋନାର ତୃତୀୟ ଷ୍ଟେଜ ଆରମ୍ଭ ହୋଇଛ । ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଛି । ଇରାନ, ଇଟାଲୀ, ସ୍ପେନ ଏବଂ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହି ତୃତୀୟ ଷ୍ଟେଜରେ ହିଁ ବଢ଼ିଛି । ଆବଶ୍ୟକ ସତର୍କତା ଅଭାବରୁ ଏହି ଦେଶ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ହାର ବଢ଼ି·ଲିଛି । ହେଲେ ଚୀନରେ ଏବେ ସ୍ଥିତି ସ୍ୱାଭାବିକ ମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

Related posts

ଆମେରିକାକୁ ଶତ୍ରୁ ଘୋଷଣା କଲା ଇରାନ

mahabharatanews

ମିଲିଟାରି କ୍ୟାଣ୍ଟିନରେ ବ୍ୟାନ ହେବ  ଆମଦାନୀ ସାମଗ୍ରୀ

mahabharatanews

ରାଜ୍ୟସଭା ନିର୍ବାଚନ: ଭୋଟ ଅଧିକାର ସୁରକ୍ଷିତ ରଖିବାକୁ କଂଗ୍ରେସ ବିଧାୟକ କୋର୍ଟଙ୍କ ଦ୍ୱାରସ୍ଥ

mahabharatanews