Uncategorized

 ବର୍ଷାରେ ୪ ମୃତ, ୪୦ ନିଖୋଜ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ବାଦଲ ଫଟା ବର୍ଷା । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିବା ସହ ଭୂସ୍ଖଳନ ହୋଇଛି । କିଶତ୍ୱର ଜିଲ୍ଲା ଗୁଲବର୍ଗ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି । ଏହି ବର୍ଷାରେ ଗୋଟିଏ ଗାଁର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ନିଖୋଜ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ଏ ନେଇ ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ଜମ୍ମୁଠାରୁ ୨୦୦ କିଲୋମିଟର ଦୂରରେ ଏହି ଗାଁଟି ରହିଛି ।
ବୁଧବାର ଭୋର ୪ଟା ସମୟରେ ଜିଲ୍ଲାର ଡଚ୍ଚନ ଅଞ୍ଚଳରେ ଥିବା ହଞ୍ଜର ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା। ଏହି ଅଞ୍ଚଳରେ କୌଣସି ମୋବାଇଲରେ ନେଟଓ୍ୱର୍କ ଆସିପାରିନଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଦୁର୍ଘଟଣାରେ ୬ଟି ଘର ସମେତ ଗୋଟିଏ ରାସନ ଡିପୋ କ୍ଷତିଗ୍ରସ୍ତ ହୋଇଛି। ୪ ଜଣଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକଙ୍କ ପତ୍ତା ମିଳୁନାହିଁ । ଜିଲ୍ଲାର ପ୍ରମୁଖ ପୁଲିସ ଅଧିକାରୀ ଏସଏସପି ଶଫକତ ଭଟ୍ଟ କହିଛନ୍ତି, ଆମେ ଏପର୍ୟ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର କରିଛୁ। ୩୦ ରୁ ୪୦ ଜଣ ନିଖୋଜ ରହିଛନ୍ତି।

 

Related posts

ଅଡୁଆରେ ଜଗନ ମୋହନ, ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

mahabharatanews

ଲଶ୍କର ସହଯୋଗୀ ଜହୁର ୱାନି ସମେତ ୫ ଗିରଫ

mahabharatanews

ଚିକିତ୍ସା ଅବହେଳାରୁ ବାଳିକାଙ୍କ ମୃତ୍ୟୁ ଅଭିଯୋଗ

mahabharatanews