ଓଡିଶା

ଜନତା କର୍ଫ୍ୟୁ କଲ୍ୟାଣସିଂହପୁର ବ୍ଲକରେ ସମ୍ପୂର୍ଣ୍ଣ ସଫଳ

କଲ୍ୟାଣସିଂହପୁର: ମହାମାରୀ କୋରନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶ ବ୍ୟାପୀ ଜନ ସାଧାରଣ ଜନତା କର୍ଫ୍ୟୁ ପାଳନ ହୋଇଯାଇଛି । ନିଜେ ନିଜକୁ ଘର ଭିତରେ ବନ୍ଦୀକରି ରଖିଥିଲେ କଲ୍ୟାଣସିଂହପୁର ବାସୀ । ଏହି ପରିପ୍ରେକ୍ଷୀରେ କଲ୍ୟାଣସିଂହ ପୁର ତଥା ଏହାର ଆଖପାଖ ଅଂଚଳରେ ଦୋକାନ ବଜାର, ଗାଡି ମଟର ସବୁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଔଷଧ ଦୋକାନ ଓ ଚିକିତ୍ସାଳୟ ଖୋଲା ରହିଥିଲା । ସକାଳ ୭ ଟାରୁ ଏହି ଜନତା କର୍ଫ୍ୟୁ ଆରମ୍ଭ ହୋଇ ରାତି ୯ ଟା ଯାଏଁ ଜାରି ରହିଥିଲା । ଏହି ୧୪ ଘଣ୍ଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିବା ବେଳେ କିନ୍ତୁ କଲ୍ୟାଣପୁରବାସୀ ଆଜି ସକାଳ ପର୍ଯ୍ୟନ୍ତ ଏହି ବନ୍ଦକୁ ପାଳନ କରିଥିବା ଦେଖା ଦେଇଛି । ଗତକାଲି ରାତି ୯ଟା ପରେ କର୍ଫ୍ୟୁ ବନ୍ଦ ହୋଇଥିବାରୁ ରାତି ୯ଟା ପରେ ଆଉ କଲ୍ୟାଣସିଂହପୁର ପରି ଉପାନ୍ତ ଇଲାକାବାସୀଙ୍କ ପାଇଁ ଏହା ମଧ୍ୟ ରାତ୍ରୀ ସଦୃଶ ।

ସେହିପରି କଲ୍ୟାଣସିଂହପୁର ଠାରୁ ରାୟଗଡାକୁ ଯିବା ଯାତ୍ରୀବାହୀ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କଲ୍ୟାଣସିଂହପୁର ପୋଲିସ ପକ୍ଷରୁ ଥାନା ଅଧିକାରୀ ସୁକମା ହାଂସଦାଙ୍କ ତତ୍ୱାବଧାନରେ ପେଟ୍ରୋଲିଂକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା । କରୋନା ଭୂତାଣୁ ସଂକ୍ରାମଣ ଯେପରି ନହେବ ସେଥିପାଇଁ ଧିରେଧିରେ ଲୋକେ ସଚେତନ ହେବା ସହ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରୁଥିବା ଦେଖିବାକୁ ମିଳୁଛି ।

Related posts

ପୂଜା ହେଲା ନୂତନ ବିରଜା ପଞ୍ଜିକା 

mahabharatanews

ଏନଆଇଟିରୁ ପୁଣି ୭ ପଜିଟିଭ ଚିହ୍ନଟ, ମୋଟ ୧୪

mahabharatanews

ସାଇବର ଠକେଇ: ବ୍ୟାଙ୍କ ଆକାଉଣ୍ଟରୁ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କା

mahabharatanews