ଓଡିଶା

ସଡକ ଦୁର୍ଘଟଣା: ୧ ମୃତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏଥିରେ ଉକ୍ତ ବ୍ୟକ୍ତିଙ୍କର ପତ୍ନୀ ଓ ଝିଅ ଗୁରୁତର ହୋଇଥିବାର ଖବର ମିଳିଛି । ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଅନୁଗୁଳ ଜିଲ୍ଲାରେ ଥିବା ଜିନ୍ଦଲ୍ କାରଖାନାରେ କାର୍ଯ୍ୟ କରୁଥିବା ନୀଳମଣି ବେହେରା, ତାଙ୍କ ପତ୍ନୀ ବିଳାସିନୀ ଏବଂ ପୁଅ-ଝିଅଙ୍କୁ ସାଙ୍ଗରେ ଧରି ନିଜର ବାଇକ୍ ଯୋଗେ ରେଢାଖୋଲରେ ଥିବା ଗାଁକୁ ଯାଉଥିଲେ । ହେଲେ ସକାଳ ପ୍ରାୟ ୬ଟା ସମୟରେ ଜରପଡ଼ା ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ନୀଳମଣି ବେହେରାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ପତ୍ନୀ ବିଳାସିନୀ ଓ ଝିଅ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଏସଂପର୍କରେ ଜରପଡ଼ା ପୁଲିସକୁ ଖବର ଦେଇଥିଲେ । ଏହାପରେ ପୁଲିସ୍ ପହଞ୍ଚି ଉଭୟ ବିଳାସିନୀ ଏବଂ ତାଙ୍କ ଝିଅଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ତେବେ ପୁଅ ସୁରକ୍ଷିତ ରହିଛି । ମୃତ ନୀଳମଣି ବେହେରାଙ୍କର ବୟସ ୪୫ ବର୍ଷ ବୋଲି ଜଣାଯାଇଛି । କରେନା ସତର୍କତା ସକାଶେ ବସ୍ ଚଳାଚଳ ବନ୍ଦ ହେବା ପରେ ନୀଳମଣି ବେହେରା ସପରିବାର ଗାଁକୁ ଯାଉଥିଲେ ।

Related posts

ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କୁ ମାଡ ଅଭିଯୋଗ, ୩ ଗିରଫ

mahabharatanews

ଅବ୍ୟବସ୍ଥାରେ ଚାଲିଛି ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର

mahabharatanews

ଅଜଣା ଗାଡିକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୨ ଗୁରତର

mahabharatanews

Leave a Comment