ଓଡିଶା

ଢେଙ୍କାନାଳ ଜିଲ୍ଲାରେ ଲକଡାଉନ୍

ଡେଙ୍କାନାଳ: କରୋନା ଯେପରି ମହାମାରୀରେ ପରିଣତ ନ ହୁଏ, ସେଥିପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ସୂଚନା ମୁତାବକ ଆଜି ମଧ୍ୟ ରାତ୍ରିରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ଲକ ଡ଼ାଉନ ଘୋଷଣା କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ ଲକ ଡ଼ାଉନ ଆରମ୍ଭ ହୋଇଯାଇଛି । କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସେମିତି ଆବଶ୍ୟକ ପଡ଼ିଲେ ଘରୁ ପଦାକୁ ବାହାରିବା ବ୍ୟତୀତ ନ ଅନ୍ୟ ସମୟରେ ବାହାରକୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି । କେବଳ ସେତିକି ନୁହେଁ, ସମସ୍ତ ବସ୍, ଯାତ୍ରୀବାହୀ ଟ୍ରେନ ସେବାକୁ ବାତିଲ କରାଯାଇଛି । ଢେଙ୍କାନାଳ ସହରରେ ଥିବା ସମସ୍ତ ଗ୍ରୋସୋରୀ ଦୋକାନ ଗୁଡିକୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସମ୍ପର୍କିତ ନିର୍ଦେଶନାମା ସବୁର ସଠିକ ରୂପେ କାର୍ଯ୍ୟକାରୀ ହେବାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ,ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସହ ଉତ୍ତରାଞ୍ଚଳ ଆଇଜି(ଓଏ)ନରସିଂହ ଭୋଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନୁପମା ଜେମ୍ସ ପ୍ରମୁଖ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନ ମାନଙ୍କୁ ଯାଇ ସେଠାର ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Related posts

ଜାଲ ସାର୍ଟିଫିକେଟ ଦେଇ ଚାକିରୀ ହାତଉଛନ୍ତି ଶିକ୍ଷକ

mahabharatanews

ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ

mahabharatanews

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ

mahabharatanews