ଓଡିଶା

ମା’ ଦଣ୍ଡକାଳୀଙ୍କ ପ୍ରତିକାତ୍ମକ ଦଣ୍ଡଯାତ୍ରା ଆରମ୍ଭ

ହିଞ୍ଜିଳି: ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଛ । କରୋନା ଲାଗି ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣା ଯୋଗୁ ଯାତ୍ରା ନିରାଡମ୍ବର ଭାବେ ପାଳନ କରାଯାଉଛି । ମାତ୍ର ପରମ୍ପରା ଅନୁସାରେ ବର୍ଷକୁ ୨୧ ଦିନ ମେଷ ସଂକ୍ରାନ୍ତି ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ନିଜ ମନ୍ଦିର ଛାଡି ବିଶ୍ୱବାସୀଙ୍କ ମଙ୍ଗଳ ଲାଗି ବାହାରକୁ ଆସିଥାନ୍ତି । ଏଣୁ ଏହି ବିଧି ଓ ପରମ୍ପରାକୁ ରକ୍ଷାକରି ମନ୍ଦିର ପରି·ଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କେବଳ ଦେବ ନୀତି କରାଯାଉଛ । କରୋନାଠୁ ବିଶ୍ୱବାସୀଙ୍କୁ ରକ୍ଷା ଲାଗି ପୂଜା କରାଯାଇଛି । ଢୋଲ, ଗିନି, ଝାଞ୍ଜ ସହ ଆଉ କଳାରୁଦ୍ରମଣିଙ୍କୁ ଭଜହେ ଡାକ ଶୁଭୁନାହିଁ । ଏହା ସହ ସହର ପରିକ୍ରମା ଲାଗି ମା’ ଦଣ୍ଡକାଳୀ ଯାଇ ନ ଥିବା ହେତୁ ଦାଣ୍ଡରେ ପୂର୍ଣ୍ଣକୁମ୍ଭମାନ ଦେଖିବାକୁ ମିଳୁନାହିଁ । କେବଳ ନୀତିକାନ୍ତି ଦ୍ୱାରା ପ୍ରତିକାତ୍ମକ ପୂଜାର୍ଚ୍ଚନା ·ଲିଛି ।

Related posts

ରେଭେନ୍ସା ପିକ୍ନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୩୫ ଛାତ୍ରଛାତ୍ରୀ ଆହତ

mahabharatanews

ଅତିରିକ୍ତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

mahabharatanews

ଟଙ୍କା, ମୋବାଇଲ ଓ କାର ଜବତ କରିବା ସହ , ୩ ଲୁଟେରାଙ୍କୁ ଧରିଲେ ଆଇଆଇସି

mahabharatanews