ଓଡିଶା

ନିର୍ମାଣ ଶ୍ରମିକଙ୍କ ସ୍ଥିତି ଅସମ୍ଭାବ

ସମ୍ବଲପୁର: କରୋନା ଭୂତାଣୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ୨୧ ଦିନର ଲକ୍ ଡାଉନ ଘୋଷଣା କରିବା ପରେ ରାଜ୍ୟ ସରକାର ଏହାକୁ ସମର୍ଥନ କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଏହାର ପ୍ରଭାବ ସିଧାସଳଖ ଭାବେ ଶ୍ରମିକ, ଖଟିଖିଆ, ଦିନମଜୁରିଆଙ୍କ ପରିବାର ଓ ବ୍ୟକ୍ତିବିଶେଷଙ୍କ ଉପରେ ପଡିଛି । ରାଜ୍ୟରେ ୨୦ ଲକ୍ଷରୁ ଅଧିକ ନିର୍ମାଣ ଓ କୋଠାବାଡି ଶ୍ରମିକ ଏଥିରେ ପ୍ରଭାବିତ ହୋଇଛନ୍ତି । ଏହାକୁ ନେଇ ହିନ୍ଦ ମଜଦୁର ସଂଘ ସଭାପତି ବିଜୟ ମହାନ୍ତି, ଓଡିଶା ନିର୍ମାଣ ମଜଦୁର ସଂଘ ସାଧାରଣ ସମ୍ପାଦକ ଗୋକୁଳ ମେହେର, ଆବାହକ ସଞ୍ଜିତ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟକୁ ଚିଠି କରି ଅନୁରୋଧ କରିଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ, ଏଭଳି ପରିସ୍ଥିତିରେ ଶ୍ରମିକମାନେ ସରକାରଙ୍କ ନିର୍ଦ୍ଦେଶ ଓ ସଚେତନତାକୁ ପାଳନ କରୁଛନ୍ତି । ହେଲେ ପ୍ରତିଦିନ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିôବା ବେଳେ ଏବେ ଶ୍ରମିକମାନେ କାମ ହରାଇ ଭୋକ ଉପାସରେ ଡହଳବିକଳ ହେଉଛନ୍ତି । ରାଜ୍ୟରେ ସମସ୍ତ କାମ ବନ୍ଦ ହୋଇଯାଇଛି । ଏଭଳିକି ରାଜ୍ୟ ବାହାରୁ ଶ୍ରମିକମାନେ କାମ ଛାଡି ଘରକୁ ଫେରିଛନ୍ତି । ୩ ସପ୍ତାହ ଧରି କାମ ବନ୍ଦ ହୋଇଗଲେ ଘରେ ମୁଠେ ଦାନା ଖାଇବା ପାଇଁ ମିଳିବ ନାହିଁ । ସ୍ୱାସ୍ଥ୍ୟଗତ କାରଣ ରହିଲେ ଔଷଧ କିମ୍ବା ଚିକିତ୍ସା କରିବା ଏମାନଙ୍କ ପାଇଁ ଅସମ୍ଭବ ହୋଇ ପଡିବ । ଲକ୍ଷାଧିକ ଶ୍ରମିକ କିଭଳି ଭାବେ ପରିବାର ଚଳାଇବେ ସେ ନେଇ ସରକାର ଚିନ୍ତାକରି ପଦକ୍ଷେପ ନେବାକୁ ଅସହାୟ ଶ୍ରମିକଶ୍ରେଣୀୟ ଲୋକେ ଆଶା ବାନ୍ଧି ବସିଛନ୍ତି । ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାର ଯେପରି ଭାବେ ଶ୍ରମିକମାନଙ୍କୁ ଆର୍ôଥ ସାହାଯ୍ୟ ଯୋଗାଇ ଦେଇଛନ୍ତି ସେହିଭଳି ଆମ ରାଜ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଶତାଧିକ କୋଟି ଟଙ୍କା ରହିଛି । ସେହି ପାଣ୍ଠି ଖର୍ଚ୍ଚ କରି ଏବେ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଆର୍ôଥକ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି । ସୂଚନାଯୋଗ୍ୟ, ସମଗ୍ର ରାଜ୍ୟରେ ୨୦ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ସମ୍ବଲପୁର ଜିଲାରେ ୪୫ ହଜାରରୁ ଅଧିକ ପଞ୍ଜୀକୃତ ହୋଇଛନ୍ତି ।

Related posts

୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

mahabharatanews

ଲଗାତାର ସ୍ଥାନ ପରିବର୍ତ୍ତନ କରୁଛି ମହାବଳ

mahabharatanews

ବୋଝ ଉପରରେ ଲଳିତା ବିଡା/ କରୋନା କାଳରେ ଜବରଦଖଲ ଉଚ୍ଛେଦ

mahabharatanews