ଓଡିଶା

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ରୋଗୀ

(ଭୁବନେଶ୍ୱର): ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। ରାଜ୍ୟର ପ୍ରଥମ କରୋନା ରୋଗୀ ଏବେ ସୁସ୍ଥ ହୋଇଛନ୍ତି। ରୋଗୀ ଜଣଙ୍କର ଜର୍ମାନୀର ଟ୍ରାଭେଲ ହିଷ୍ଟ୍ରି ରହିଥିଲା। ୩୪ ବର୍ଷୀୟ ଯୁବକଜଣକ ଜର୍ମାନୀରେ ଉଚ୍ଚଶିକ୍ଷା କରିବା ସହ ପାର୍ଟ ଟାଇମ୍ ଜବ୍ କରୁଥିଲେ। କରୋନା ଚିହ୍ନଟ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨ ସପ୍ତାହ ଧରି ଚିକିତ୍ସିତ ହେବା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ବିଭାଗ କ୍ୟାପିଟାଲ୍ ହସ୍‌ପିଟାଲ୍‌ର ମେଡିକାଲ୍ ଟିମ୍‌କୁ ଅଭିନନ୍ଦନ ଜଣାଇଛି।

ଏହା ପୂର୍ବରୁ ଏପ୍ରିଲ୍ ୧ ତାରିଖରେ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ଯୁବକଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ଏମ୍‌ସରେ ଚିକିତ୍ସିତ ହେଉଥିଲେ।

Related posts

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ, ଦୁର୍ଘଟଣାରେ ଗଲା ଦୁଇ ଭାଇଙ୍କ ଜୀବନ

mahabharatanews

ଆରମ୍ଭ ହେଲା ପହଣ୍ଡି,ସିଂହାସନକୁ ବିଜେ କରିବେ ସୁଦର୍ଶନ

mahabharatanews

୩୧ରେ କେରଳ ପହଞ୍ଚିବ ମୌସୁମୀ

mahabharatanews