ଓଡିଶା

ପିପିଲି ଅଞ୍ଚଳରେ କରୋନ ସଂକ୍ରମଣ ଚିହ୍ନଟ ହେବାପରେ ଉକ୍ତ ଅଞ୍ଚଳ ସଟଡାଉନ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ ଦାନଗହୀର ଗ୍ରାମରେ ଜନୈକ ବ୍ୟକ୍ତି କରୋନା ସଂକ୍ରମିତ ହେବାର ଜଣାପଡ଼ିବା ପରେ ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ଲାଗି ସମ୍ପୃକ୍ତ ସମସ୍ତ ଅଞ୍ଚଳକୁ ନିୟନ୍ତ୍ରଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଯଥା ଦାନଗହୀର ଛକ, ଜୟପୁର ଛକ , ଜୟପୁର ଶାସନ ଛକ ଆଦି ଆଜି ସକାଳ ୭ ଠାରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ୟ୍ୟନ୍ତ ସଟଡାଉନ ଅବଧି ବଳବତ୍ତର ରହିବ। ସଟଡାଉନ ଅବଧି ମଧ୍ୟରେ ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ଲୋକ ବାହାରକୁ ଏବଂ ବାହାର ଲୋକ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ସମ୍ପୁର୍ଣ୍ଣ ଭାବେ ନିଷେଧ କରାଯାଇଛି। ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ସମସ୍ତ ଅଧିବାସୀ ଘର ମଧ୍ୟରେ ରହିବେ, ସମସ୍ତ ବଜାର, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ଉକ୍ତ ଅଞ୍ଚଳ ଗୁଡ଼ିକୁ ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜ କରାଯାଇଛି। ଉକ୍ତ ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସୁବିଧାକୁ ସୁବନ୍ଦୋବସ୍ତ କରିବା ନିମନ୍ତେ ଉପ ଜିଲ୍ଲାପାଳଙ୍କ ଅଧୀନରେ ଟିମ୍ ମାନ ଗଠନ କରାଯାଇଛି।

Related posts

ଧାମରା ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ

mahabharatanews

ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି ବୃଦ୍ଧି

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ , ୟୁନିଟ-୩ ପାଲଟିଛି ହଟସ୍ପଟ୍

mahabharatanews