(ଶୁଭସ୍ମିତା ଦାଶ): ଭାରତ ସରକାର କିଛି ଦିନ ପୂର୍ବରୁ ଆରୋଗ୍ୟ ସେତୁ ଆପକୁ ଆଣ୍ଡ୍ରୋଏଡ ଓ ଆଇଓଏସ ୟୁଜର୍ସଙ୍କ ପାଇଁ ଲଞ୍ଚ୍ କରିଥିଲେ । ଏହି କୋଭିଡ-୧୯ ଟ୍ରାକିଂ ଆପ୍ ବ୍ଲୁଟୁଥ୍ ଓ ଲୋକେସନ ସାହାଯ୍ୟରେ କରୋନା ସଂକ୍ରମିତ ଆପଣଙ୍କ ନିକଟତର ହେଲେ ସୂଚନା ଦେଇଥାଏ । ଏହି ଆପ୍ ଲଞ୍ଚ୍ ହେବାର ୩ ଦିନ ମଧ୍ୟରେ ହିଁ ଏହାକୁ ୫ ମିଲିୟନ ବା ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି ।
ଏହି ଆପ୍ ୟୁଜରଙ୍କୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ନା ନାହିଁ ସେନେଇ ତଥ୍ୟ ଦେଇଥାଏ । ଏହି ଆପ୍ ୟୁଜରଙ୍କୁ ସଚେତନ କରିବା ସହ ୬ ଫୁଟ୍ ଦୂରରେ କେହି ସଂକ୍ରମିତ ଥିଲେ ସୂଚନା ଦେଇଥାଏ । ଏହି ଆପକୁ ପ୍ଲେଷ୍ଟାେରରୁ ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି ।
ନିତି ଆୟୋଗର ପ୍ରୋଗ୍ରାମ ଡାଇରେକ୍ଟର ଅର୍ଣ୍ଣବ କୁମାର ଟ୍ୱିଟ କରି କହିଛନ୍ତି ଯେ, ଲଞ୍ଚିଂ ପରେ ଏହି ଆଫକୁ ୩ ଦିନରେ ୮୦ ଲକ୍ଷ ଥର ଡାଉନଲୋଡ କରାଯାଇଛି । ଆପ୍ ଷ୍ଟୋର ଡାଉନଲୋଡର ପ୍ରକୃତ ସଂଖ୍ୟା ବାବଦରେ ସୂଚନା ଦେଇନଥାଏ । ଆରୋଗ୍ୟ ସେତୁ ଆପ୍ ଫ୍ରି ସେକସନରେ ଟପରେ ରହିଛି । ଏହାସହ ହେଲ୍ଥ ଓ ଫିଟନେସ୍ ଟିପସ୍ ମଧ୍ୟ ଏହି ଆପ୍ ପ୍ରଦାନ କରିଥାଏ ।
previous post
next post
