(ଶୁଭସ୍ମିତା ଦାଶ): ଆଜିଠୁ ପାଗରେ ପରିବର୍ତ୍ତନ ହୋଇ ପୁଣି ତାପମାତ୍ରା ବଢ଼ିବ । ପୁଣି ୧୪ ଓ ୧୫ ତାରିରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ଅନୁମାନ କରଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ।
ବଙ୍ଗୋପସାଗରୀୟ ପବନ ସହ ରାଜ୍ୟର କେତେକ ସ୍ଥାନରେ ଗତ ଦୁଇ ଦିନ କାଳବୈଶାଖୀ ବର୍ଷା ହୋଇଯାଇଛି । ବର୍ଷା ଓ ମେଘୁଆ ପାଗ ଫଳରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି । ଆଜିଠୁ ରାଜ୍ୟରେ ବଢିବ ତାପମାତ୍ରା । ବିଶେଷ କରି ୧୨ରୁ ୧୪ ତାରିଖ ଭିତରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ । ପୁଣି ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମୟରେ ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆକଳନ କରାଯାଉଛି ।
ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରି ପାର କରିବ । ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାଗୁଡିକରେ ତାପମାତ୍ରା ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ଅପରିବର୍ତ୍ତିତ ରହିବ । ୧୪ ତାରିଖ ବେଳକୁ ତାପମାତ୍ରା ପ୍ରାୟ ୨ ଡିଗ୍ରି କମି ୧୮ ତାରିଖ ପର୍ୟ୍ୟନ୍ତ ଅପରିବର୍ତ୍ତିତ ରହିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ତ୍ତମାନର ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହିସବୁ ଅଞ୍ଚଳରେ ୧୨ ଓ ୧୩ ତାରିଖ ଭିତରେ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି ପର୍ୟ୍ୟେନ୍ତ ବଢ଼ିପାରେ। ତେବେ ୧୪ ଓ ୧୫ ତାରିଖରେ ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ସମ୍ବଲପୁରଠାରୁ ସୁନ୍ଦରଗଡ଼ ପର୍ୟ୍ୟନ୍ତ ତାପମାତ୍ରା କମ୍ ରହିବ। ତେବେ ପଶ୍ଚିମ ଓଡ଼ିଶାରେ ୧୨ରୁ ୧୪ ତାରିଖ ଭିତରେ ତାପମାତ୍ରା କିଛି ବୃଦ୍ଧି ପାଇବ।
