ଓଡିଶା

କଣ୍ଟେନମେଣ୍ଟ ଜୋନରେ ମୋ ବସ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ‘କରୋନା’ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସେହି ସବୁ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି । ଫଳରେ ଉକ୍ତ ଅଞ୍ଚଳର ଲୋକେ ବାହାରକୁ ଆସି ପାରିବେ ନ।।ହିଁ କି ବାହ।।ରୁ କେହି ସେହି ଅଞ୍ଚଳକୁ ଯାଇ ପାରିବେ ନାହିଁ । ତେଣୁ ସେହି ଅଞ୍ଚଳବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେହି ସବୁ ସ୍ଥାନରେ ‘ମୋ ବସ୍‌’ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଭୁବନେଶ୍ୱରରେ ୫ଟି କଣ୍ଟେନମେଣ୍ଟ ଜୋନ ଥିବାବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବମିଖାଲ୍‌ ଓ ସୂର୍ୟ୍ୟନଗରରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଇଛି। ସକାଳେ ‘ମୋ ବସ୍‌’ରେ ବିଭିନ୍ନ ବ୍ୟବସାୟୀଙ୍କୁ ନିଆଯାଇ କ୍ଷୀର, ପନିପରିବା, ଔଷଧ, ତେଜରାତି ସାମଗ୍ରୀ, ପ୍ୟାକେଜଡ୍‌ ଫୁଡ୍‌ ଭଳି ଦରକାର ଥିବା ସାମଗ୍ରୀ ଯୋଗାଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା ଲୋକମାନେ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟୀଙ୍କଠାରୁ ନିଜ ନିଜର ଦରକାର ଥିବା ସାମଗ୍ରୀ ନେଇଛନ୍ତି। ଗୋଟିଏ ପରେ ଗୋଟିଏ ‘କରୋନା’ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଫଳରେ ସଂପୃକ୍ତ ଅଞ୍ଚଳରୁ ପ୍ରସ୍ଥାନ ଓ ପ୍ରବେଶ ସଂପୂର୍ଣ୍ଣ ବନ୍ଦ ହୋଇଥିଲା। ଏହାଯୋଗୁଁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ କଷ୍ଟ ଭୋଗୁଥିଲେ। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

Related posts

ଆଗାମୀ ୩ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

mahabharatanews

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଜିଲ୍ଲାପାଳ

mahabharatanews

ଅକ୍ଟୋବରରେ ଖଣି ନିଲାମ,ଡିସେମ୍ବରରେ ବାତିଲ

mahabharatanews