ଓଡିଶା

୩ ମାସର ଦେୟ ପୈଠ ଅବଧି କୋହଳ କଲା ଅପୋସା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ କିନ୍ତୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ରୂପେ ବିପର୍ୟ୍ୟସ୍ତ ହୋଇ ପଡିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ । ଅଭିଭାବକମାନଙ୍କର ଆର୍ଥିକ ଦୁରାବସ୍ଥାକୁ ଦୃଷ୍ଟିରେ ରଖି ଆଜି ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ସ୍ ଆସୋସିଏସନ୍(ଅପୋସା)ର ରାଜ୍ୟସ୍ତରୀୟ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅଭିଭାବକଙ୍କ ଆର୍ଥିକ ଓ ସାମାଜିକ ଦୁରାବସ୍ଥାକୁ ଦୃଷ୍ଟିରେ ରଖି ସଂଘ ତା’ର ସାମାଜିକ ଦାୟିତ୍ୱ ସ୍ୱରୂପ ଏପ୍ରିଲ, ମେ ଏବଂ ଜୁନ୍ ତିନି ମାସର ସ୍କୁଲ ଫି’ ପୈଠ କରିବାର ଅବଧିକୁ କୋହଳ କରି ବିଦ୍ୟାଳୟ ଖୋଲିବା ପରେ ଜୁନ୍ ମାସ ଶେଷ ସୁଦ୍ଧା ପୈଠ କରିବାର ବିକଳ୍ପ ପ୍ରଦାନ କରିଛି । ଏହି ବର୍ଦ୍ଧିତ ସମୟ ପାଇଁ ଅଭିଭାବକମାନଙ୍କୁ କୌଣସି ବିଳମ୍ବ ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ । ସଂଘର ପ୍ରତ୍ୟେକ ଜିଲ୍ଲାର ଅଧିକାରୀଙ୍କ ମତକୁ ପ୍ରାଧାନ୍ୟ ଓ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କର ବୃôହତ୍ତର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏକ ବିଶେଷ ପ୍ରସ୍ତାବ ଗୃହୀତ ହୋଇଛି । ପୂର୍ବରୁ ଏଥିନେଇ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଦେୟ ପୈଠରେ କୋହଳତା ପାଇଁ ପରାମର୍ଶ ଦେଇଥିଲେ ।

ଏଥିନେଇ ସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତ ଜାରି କରାଯାଇଛି ।”ଲକ୍ଡାଉନ୍’ ଯୋଗୁଁ ଯେଉଁ ଅଭିଭାବକମାନଙ୍କର ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି, ସେମାନଙ୍କର ବୋଝ କିଛି ମାତ୍ରାରେ ଲାଘବ ହେବ ବୋଲି ବିବୃତ୍ତିରେ କୁହାଯାଇଛ । ଆହୁରି କୁହାଯାଇଛି ଯେ ରାଜ୍ୟରେ ପ୍ରାୟ ୯ ହଜାର ଘରୋଇ ବିଦ୍ୟାଳୟରେ ୫ ଲକ୍ଷରୁ ଊଦ୍ଧ୍ୱର୍ କର୍ମ•ରୀ କାର୍ୟ୍ୟରତ । ଏଠାକାର ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ସହିତ ଲକ୍ଷ ଲକ୍ଷ କର୍ମ•ରୀଙ୍କୁ କର୍ମ ନିଯୁକ୍ତି ଦିଆଯାଇଛି । ସମସ୍ତ ଘରୋଇ ବିଦ୍ୟାଳୟ ଏହି ଆର୍ଥିକ ମାନ୍ଦାବସ୍ଥା ସତ୍ତେ୍ୱ ନିଜର କର୍ମ•ରୀଙ୍କୁ ଯଥାସମ୍ଭବ ମାସିକ ବେତନ ଦେବା, ବିଦ୍ୟାଳୟର ଘରଭଡ଼ା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦେୟ ଦେବାର ବୋଝ ତଳେ •ପି ହୋଇଛନ୍ତି । ଏହି ତିନି ମାସର ଫି’ ଅ ।ଦାୟ ନ ହୋଇପାରିଲେ ଅଧିକାଂଶ ଘରୋଇ ବିଦ୍ୟାଳୟର ଆର୍ଥିକ ସଂକଟର ସମ୍ମୁଖୀନ ହେବ । ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଗୁଜୁରାଣ ଓ କିଛି କ୍ଷେତ୍ରରେ ନିଯୁକ୍ତି ହରାଇବାର ସ୍ଥିତି ଉପୁଜିପାରେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ସଂଘର ସଭାପତି ସତ୍ୟ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ଅବନ୍ତୀ କୁମାର ସୂତାର, ଉପ ସଭାପତି ରାମବଲ୍ଲଭ ପରିଡ଼ା, ଯୁଗ୍ମ ସମ୍ପାଦକ ଶିଶିର ପାଇକରାୟ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

Related posts

 ପୋଲିସ୍‌-ମାଓବାଦୀ ଗୁଳି ବିନିମୟ;  ୨ ଯବାନ ଡାକ୍ତରଖାନାରେ ଭର୍ତ୍ତି  

mahabharatanews

ଲାଇନଚୁତ୍ୟ ହେଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ

mahabharatanews

ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସି ନିଜେ ପାଲଟିଲେ ଶବ

mahabharatanews