ଓଡିଶାଦେଶ ବିଦେଶଭାରତ

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୈଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ନରେନ୍ଦ୍ର ମୋଦି । ନୂଆବର୍ଷ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି ।

ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ୨୦୨୬ ପାଇଁ ଅନେକ ଅନେକ ଶୁଭକାମନା । ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ସଂକଳ୍ପ ଏବଂ ନୂତନ ଆତ୍ମବିଶ୍ୱାସ ଆଣିଦେଉ । ଏହା ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ ।

Related posts

ଶତ୍ରୁଘ୍ନ କରିଥିଲେ  ଶିବଲିଙ୍ଗକୁ ସ୍ଥାପନା ; ଜାଣନ୍ତୁ ଏହି ମନ୍ଦିର ବିଷୟରେ…..

mahabharatanews

ଆଜି ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା, ଜାଣନ୍ତୁ ସମୟ

mahabharatanews

ଜୁଲାଇ ପ୍ରଥମ ସପ୍ତାହରେ ଲାଗିରହିବ ବର୍ଷା

mahabharatanews