Uncategorized

କରିମଙ୍କ ୩ ଟେଷ୍ଟ ରିପୋର୍ଟ ପଜିଟିଭ

ମୁମ୍ବାଇ: ସାରା ବିଶ୍ୱ କରୋନା ସଂକ୍ରମଣରେ ଛଟପଟ ହେଉଛି । ହୃଦରୋଗୀ, ମଧୁମେହ ରୋଗୀ ଓ ଉଚ୍ଚରକ୍ତଚାପ ଭୋଗ କରୁଥିବା ବ୍ୟକ୍ତିଙ୍କ ସହ ବୟସ୍କଙ୍କ ପାଇଁ କରୋନା ସାଂଘାତିକ ହୋଇଥାଏ । ତେଣୁ ଏହି ଭୂତାଣୁ କବଜାରେ ଥିବା ବଲିଉଡର ପ୍ରସିଦ୍ଧ ପ୍ରଯୋଜକ କରିମ ମରୋନୀଙ୍କ ତୃତୀୟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଏବେ ଚିନ୍ତାରେ । କାରଣ କରିମଙ୍କୁ ଏବେ ୬୦ ବର୍ଷ ହୋଇଥିବା ବେଳେ ସେ ହଦ୍ରୋଗରେ ପୀଡିତ ଅଛନ୍ତି । ତାଙ୍କର ୨ ଥର ହୃଦଘାତ ହୋଇସାରିଛି ।

ଗତ ସପ୍ତାହରେ କରିମ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲର ଆଇସୋଲେଶନ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ, ପ୍ରଥମେ କରିମଙ୍କ ସାନ ଝିଅ ଶଜା କରୋନାରେ ସଂକ୍ରମିତ ହୋଇଥିବା ବେଳେ ପରେ ବଡ଼ ଝିଅ ଜୋଆଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ପରିବାରର ସମସ୍ତ ସଦସ୍ୟଙ୍କ ଯାଞ୍ଚ କରାଯାଇଥିବା ବେଳେ କରିମ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ତାଙ୍କ ୨ ଝିଅ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

Related posts

ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ‘ସୁଜି ଆପେ’

mahabharatanews

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ପଡ଼ିବ ମହଙ୍ଗା, କାନଫୁଲ କରିବ ସାବାଡ଼

mahabharatanews

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews