ଜେନେଭା: ବିଶ୍ୱ ମହାମାରୀ କରୋନା ସଂକ୍ରମଣରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବୃଦ୍ଧି ହେଉଛି । ସେହି ପରିମାଣରେ ମୃତ୍ୟୁସଂଖ୍ୟା ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଏପରି ସ୍ଥିତିରେ ଜାତିସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି, ଯାହା ବୋଝ ଉପରେ ଲଳିତା ବିଡା ସଦୃଶ ହେବାକୁ ଯାଉଛି । ଜାତିସଂଘ ଚେତାଇଦେଇଛି କି, ବିଶ୍ୱର ୨୪ଟି ଦେଶରେ ମିଳିମିଳା ପ୍ରତିଷେଧକ ଟୀକା ବିତରଣ ବନ୍ଦ ହୋଇଯାଇଛି । କରୋନା ପାଇ୍ୟ ଅନ୍ୟ ୧୩ଟି ରାଷ୍ଟ୍ରରେ ମଧ୍ୟ ଟୀକା ଦେବାକୁ ସ୍ଥଗିତ ରଖାଯାଇଛି । ଫଳରେ ଆଗାମୀ ଭବିଷ୍ୟତରେ ପ୍ରାୟ ୧୧ କୋଟି ୭୦ ଲକ୍ଷ ଶିଶୁ ମିଳିମିଳାରେ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଜାତିସଂଘ ଅନୁଯାୟୀ, ବାଙ୍ଗଲାଦେଶ, କଙ୍ଗୋ, ଦକ୍ଷିଣ ସୁଦାନ, ବ୍ରାଜିଲ, ନାଇଜେର୍ରିା, ୟୁକ୍ରେନ, କଜାକିସ୍ତାନ ପରି ଦେଶରେ ବହୁ ସଂଖ୍ୟକ ଶିଶୁ ମିଳିମିଳାରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି । ୨୦୧୮ରେ ମିଳିମିଳାରେ ୧ ଲକ୍ଷ ୪୦ ହଜାର ଶିଶୁଙ୍କ ମୃତ୍ୟୁ ହେଉଛି । ତେଣୁ କରୋନା ସଂକ୍ରମଣ ଭିତରେ ମିଳିମିଳାକୁ ଏକପ୍ରକାର ଅଣଦେଖା କରାଯାଉଥିବା ବେଳେ ଏହାର ଗମ୍ଭୀରତା ପ୍ରତି ବେଳ ଥାଉଁ ସାବଧାନ ହେବାର ଆବଶ୍ୟକତା ରହିଛି ।
previous post
next post