Uncategorized

ସୁରଟରେ ତାତିଲେ ଶ୍ରମିକ

ସୁରଟ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଲକଡାଉନ ପାଇଁ ହଜାର ହଜାର ଶ୍ରମିକ ଘରକୁ ଫେରି ନ ପାରି ଅକଥନୀୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏମାନଙ୍କ ପାଇଁ ବିଭିନ୍ନ ରାଜ୍ୟରେ ସରକାର ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଖାଦ୍ୟ ଓ ଆଶ୍ରୟ ଦିଆଯାଇଥିଲେ ହେଁ ଏହା ସମୁଦ୍ରକୁ ଶଙ୍ଖ ସଦୃଶ । କୌଣସି ପ୍ରକାରେ ଘରକୁ ଫେରିବା ଲାଗି ସେମାନେ ବ୍ୟଗ୍ର । ୧୯ ଦିନିଆ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ ହେବା ପରେ ପୂର୍ବ ଲକଡାଉନ ଶେଷ ହେବାକୁ ଅପେକ୍ଷା କରି ବସିଥିôବା ଶ୍ରମିକଙ୍କ ସମସ୍ତ ଆଶା ମଉଳି ପଡିଛି । ଘରକୁ ଫେରିବା ବା କର୍ମନିଯୁକ୍ତିକୁ ନେଇ ସମସ୍ତ ବାଟ ବନ୍ଦ ହୋଇ ପଡିଛି । ତେଣୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିବା ପରେ ଗୁଜରାଟର ସୁରଟରେ ଥିବା ଶତାଧିକ ଦାଦନ ମଙ୍ଗଳବାର ଏକାଠି ହୋଇ ଘରକୁ ଫେରିଯିବା ଲାଗି ଦାବି କରିଛନ୍ତି । ସହରର ବରଛା ଅଞ୍ଚଳରେ ସେମାନେ ରାସ୍ତାରେ ବିକ୍ଷୋଭ କରିଥିଲେ । ଧାର୍ଯ୍ୟ ନ ହରାଇବାକୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ । ଖାଦ୍ୟ ମିଳୁ ନ ଥିବା ନେଇ କେତେଜଣ ଅଭିଯୋଗ କରିବା ପରେ ଏନ୍ଜିଓକୁ ଡାକି ଖାଦ୍ୟ ଯୋଗାଇବାକୁ କୁହାଯାଇଥିଲା । ତୁରନ୍ତ ଖାଦ୍ୟ ଦିଆଯିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

Related posts

ପୃଥିବୀ ଆଡକୁ ମାଡି ଆସୁଛି ବିରାଟ ଉଲକା ପିଣ୍ଡ

mahabharatanews

କରୋନା ଯୁଦ୍ଧରେ ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଶ୍ଚିତ ବିଜୟୀ ହେବେ: ମୋଦୀ

mahabharatanews

ଅନିଲ ଚୌଧୁରୀ ଦିଲ୍ଲୀ, ଡିକେ ଶିବକୁମାର କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

mahabharatanews