ସୁରଟ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଲକଡାଉନ ପାଇଁ ହଜାର ହଜାର ଶ୍ରମିକ ଘରକୁ ଫେରି ନ ପାରି ଅକଥନୀୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏମାନଙ୍କ ପାଇଁ ବିଭିନ୍ନ ରାଜ୍ୟରେ ସରକାର ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଖାଦ୍ୟ ଓ ଆଶ୍ରୟ ଦିଆଯାଇଥିଲେ ହେଁ ଏହା ସମୁଦ୍ରକୁ ଶଙ୍ଖ ସଦୃଶ । କୌଣସି ପ୍ରକାରେ ଘରକୁ ଫେରିବା ଲାଗି ସେମାନେ ବ୍ୟଗ୍ର । ୧୯ ଦିନିଆ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ ହେବା ପରେ ପୂର୍ବ ଲକଡାଉନ ଶେଷ ହେବାକୁ ଅପେକ୍ଷା କରି ବସିଥିôବା ଶ୍ରମିକଙ୍କ ସମସ୍ତ ଆଶା ମଉଳି ପଡିଛି । ଘରକୁ ଫେରିବା ବା କର୍ମନିଯୁକ୍ତିକୁ ନେଇ ସମସ୍ତ ବାଟ ବନ୍ଦ ହୋଇ ପଡିଛି । ତେଣୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିବା ପରେ ଗୁଜରାଟର ସୁରଟରେ ଥିବା ଶତାଧିକ ଦାଦନ ମଙ୍ଗଳବାର ଏକାଠି ହୋଇ ଘରକୁ ଫେରିଯିବା ଲାଗି ଦାବି କରିଛନ୍ତି । ସହରର ବରଛା ଅଞ୍ଚଳରେ ସେମାନେ ରାସ୍ତାରେ ବିକ୍ଷୋଭ କରିଥିଲେ । ଧାର୍ଯ୍ୟ ନ ହରାଇବାକୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ । ଖାଦ୍ୟ ମିଳୁ ନ ଥିବା ନେଇ କେତେଜଣ ଅଭିଯୋଗ କରିବା ପରେ ଏନ୍ଜିଓକୁ ଡାକି ଖାଦ୍ୟ ଯୋଗାଇବାକୁ କୁହାଯାଇଥିଲା । ତୁରନ୍ତ ଖାଦ୍ୟ ଦିଆଯିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।
next post