Uncategorized

ଭାରତରେ ପ୍ରସ୍ତୁତ ହେବ ଆରଟିକେ, ତିନି କମ୍ପାନୀକୁ ଦିଆଯାଇଛି ଦାୟିତ୍ୱ

ନୂଆଦିଲ୍ଲୀ: ଭାରତରେ ତିଆରି ହେବ କରୋନା ପାଇଁ ଆବଶ୍ୟକ ଆଣ୍ଟି ବଡି ବେସଡ୍ ରାପିଡ ଟେଷ୍ଟ କିଟ(ଆରଟିକେ) । ଏଥିନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଦେଶରେ ଥିବା ୩ଟି ଉତ୍ପାଦନ କମ୍ପାନୀକୁ ଆରଟିକେ ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇଥିବା ବେଳେ ୨ଟି କମ୍ପାକୀ ଏହାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ସଂଗଠନ(ସିଡିଏସ୍‌ସିଓ) ଏହି ଅନୁମତି ପ୍ରଦାନ କରିଛି । କରୋନାର ମୁକାବିଲା ପାଇଁ ତଥା ଏହାର ତୁରନ୍ତ ନିଦାନ ପାଇଁ ଦେଶକୁ ରାପିଡ ଟେଷ୍ଟର ଆବଶ୍ୟକତା ରହିଛି । କିନ୍ତୁ ଏହି ଟେଷ୍ଟ ପାଇଁ ଆବଶ୍ୟକ ହେଉଥିବା ଅ।।ରଟିକେ ଚାଇନାରୁ ମଗାଯାଉଛି । ଚାଇନା ପ୍ରଥମେ ଏପ୍ରିଲ ୫ ଓ ପରେ ଏପ୍ରିଲ ୯ରେ ଏହାକୁ ଦେବ ବୋଲି କହିଥିଲା। କିନ୍ତୁ ଏଯାବତ୍ ଏହା ଭାରତରେ ପହଞ୍ଚି ନଥିବାରୁ ସରକାର ନିଜସ୍ୱ ପ୍ରଣାଳୀରେ ଏହି କିଟ୍‌ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କମ୍ପାନୀମାନଙ୍କୁ ଆରଟିକେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏହାପରେ ଦିଲ୍ଲୀର ଭାନଗାର୍ଡ ଡାଇଗ୍ନୋଷ୍ଟିକ, କେରଳର ଏଚଏଲଲଏ ଲାଇଫ କେୟାର ଲିଃ ଓ ଗୁଜରାଟର ଭୋକ୍ସଟୁର ବାଓ ଲିଃ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ଏଚଏଲଏଲ ଓ ଭୋକ୍ସଟୁର ନିର୍ମାଣ କାମ ଆରମ୍ଭ କରିସାରିଛନ୍ତି। ଏପ୍ରିଲ ୨୦ ସୁଦ୍ଧା ଏହି ଦୁଇ କମ୍ପାନୀ ୧ ଲକ୍ଷ ଆରଟିକେ ସରକାରଙ୍କୁ ଦେବାକୁ କୁହାଯାଇଛି। ଭାନଗାର୍ଡ ମଧ୍ୟ ୩ ସପ୍ତାହ ମଧ୍ୟରେ ଆରଟିକେର ନିର୍ମାଣ କାମ ଆରମ୍ଭ କରିବ। ବର୍ତ୍ତମାନ କରୋନା ଟେଷ୍ଟ ଆରଟି-ପିସିଆରରେ କରାଯାଉଛି। ଗୋଟିଏ ନମୁନା ପରୀକ୍ଷା ପାଇଁ ଏହି କିଟରେ ପ୍ରାୟ ୫ ଘଣ୍ଟା ସମୟ ଲାଗୁଛି। କିନ୍ତୁ ଆରଟିକେ ଟେଷ୍ଟ ଦ୍ୱାରା ରିପୋର୍ଟ ୩୦ ମିନିଟରେ ମିଳିବ ।

Related posts

ପୁଣି ଚୀନ୍ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି

mahabharatanews

ଜିକା ଭୂତାଣୁ କେରଳରେ ଚିହ୍ନଟ

mahabharatanews

ଦେଶରେ ୨୪ ଘଣ୍ଟାରେ ୯,୩୦୪ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews