ଓଡିଶା

ତାରରେ ଝୁଲି ପୌର ସଂସ୍ଥା ଡ୍ରାଇଭରଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ସହର ଉପକଣ୍ଠସ୍ଥ ଟିଟିଲାଗଡ ରାସ୍ତାରେ ଗତକାଲି ରାତିରେ ଜଣେ ବ୍ୟକ୍ତି ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ବଲାଙ୍ଗୀର ପୌରସଂସ୍ଥାର ଡ୍ରାଇଭର ରୁଷି ସାହୁ ବୋଲି ଜଣାପଡ଼ିଛି ।ବଲାଙ୍ଗୀର ସହର ଉପକଣ୍ଠ ଆର.ଟି.ଓ ଅଫିସ ଛକ ନିକଟରେ ଥିବା ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ବଲାଙ୍ଗୀର ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପ୍ଲାଷ୍ଟିକ ତାରରେ ତାଙ୍କର ଶବ ଝୁଲୁଥିଲା । ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ଅଥବା କେହି ତାଙ୍କୁ ହତ୍ୟା କରି ତାଙ୍କର ମୃତଦେହକୁ ଗଛରେ ଝୁଲାଇ ଦେଇଥିବାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ଏସଂପର୍କରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Related posts

ଶିଳ୍ପ ଧୂଆଁରେ କଳିଙ୍ଗନଗର ପାଲଟିଛି ବିଷ ବଳୟ

mahabharatanews

ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ

mahabharatanews

ଖୋର୍ଦ୍ଧା ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ

mahabharatanews