Uncategorized

ପିଜ୍ଜା ଡେଲିଭରୀ ବୟଙ୍କୁ କରୋନା: ହୋମ କ୍ୱାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ଲକଡାଉନ ପାଇଁ ସାରା ଦେଶରେ ତାଲା ବନ୍ଦ । ସାମାଜିକ ଦୂରତା ରଖା କରିବାକୁ ସମସ୍ତ ରେଷ୍ଟୁରାଷ୍ଟ, ହୋଟେଲ ଓ ଢାବା ବନ୍ଦ । କିନ୍ତୁ ଲୋକଙ୍କ ସୁବିଧା ପାଇଁ ଅନଲାଇନ ଖାଦ୍ୟ ଯୋଗାଣକୁ ଅନୁମତି ମିଳିଛି । ଘରକୁ ଆଣି ଡେଲିଭରି ବୟ ଅଡର ମୁତାବକ ଖାଦ୍ୟ ଯୋଗାଇ ଦେଉଛନ୍ତି । ଏହା ମୁଖ୍ୟତଃ ମେଟ୍ରୋ ସହରଗୁଡିକରେ ଚାଲିଛି । କିନ୍ତୁ ସାମାଜିକ ଦୂରତା ଓ କରୋନା ରୋକିବାକୁ ସରକାରଙ୍କ ସମସ୍ତ ଯୋଜନାକୁ ପଣ୍ଡ କରିଛି କରୋନା ଭୂତାଣୁ । ଦିଲ୍ଲୀର ଜଣେ ଡେଲିଭରୀ ବୟ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଦିଲ୍ଲୀରେ ଆତଙ୍କ ଖେଳି ଯାଇଛି ।

ଦିଲ୍ଲୀରେ ଜଣେ ୧୯ ବର୍ଷୀୟ ପିଜା ଡେଲରିଭରୀ ବୟଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହାଇଛି । ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପରେ ଦକ୍ଷିଣ ଦିଲ୍ଲୀର ମାଜିଷ୍ଟ୍ରେଟ ପିଜା ଡେଲିଭରୀ ବୟଙ୍କ ସଂସ୍ପର୍ଶରେ ଆସିଥିବା ୭୨ଟି ପରିବାରକୁ ଟ୍ରେସ କରି ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ସେ ପିଜା ଡେଲିଭରୀ କରିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସେ ଏପ୍ରିଲ ୧୨ ଯାଏ ଦକ୍ଷିଣ ଦିଲ୍ଲୀର ପ୍ରାୟ ୭୨ଟି ପରିବାରକୁ ପିଜା ଦେଇଥିଲେ । ବିଶେଷ କରି ହାଉଜ ଖାସ, ମାଲବ୍ୟ ନଗର ଓ ସାବିତ୍ରୀ ନଗରରେ ଡେଲିଭରୀ ହୋଇଥିଲା । ଏହି ପିଜା ଡେଲିଭରୀ ବୟଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୨୨ ଜଣଙ୍କୁ ମଧ୍ୟ ଛତ୍ରପୁର ଠାରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି । ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ନାହିଁ । ଡେଲିଭରି ପାଇଁ ଯାଉଥିବା ବେଳେ କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶ ଆସିଥିବା ସନ୍ଦେହ କରାଯାଉଛି ।

Related posts

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ଫେରନ୍ତା ପ୍ରବାସୀଙ୍କୁ ରାଜ୍ୟ କର୍ମସଂସ୍ଥାନ ଯୋଗାଇବ

mahabharatanews

ଡିଫେନ୍ସ ଏକ୍ସପୋ ପାଇଁ ଗଛ କଟା ହୋଇନାହିଁ: ୟୁପି

mahabharatanews

ତୃତୀୟ ବିଶ୍ୱ ଯୁଦ୍ଧ: ଋଷ ପ୍ରସ୍ତୁତ କରୁଛି ସର୍ବବୃହତ୍ତ ବୋମା

mahabharatanews