Uncategorized

‘ଚଟାଣରେ ଭୂତାଣୁ ଅଧିକ ସମୟ ରହିଥାଏ’

ନ୍ୟୁୟର୍କ: ବିଶ୍ୱ ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଗବେଷଣା ଚାଲିଛି । ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ହାତ ସାନିଟାଇଜ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ଖାଲି ହାତ ନୁହେଁ, ଘରର ଚଟାଣକୁ ମଧ୍ୟ ଭଲଭାବେ ପରିସ୍କାର କରିବା ସହ ସାନିଟାଇଜ କରିବାକୁ ଗବେଷକ କହିଛନ୍ତି । ଗବେଷକଙ୍କ ମୁତାବକ, ଘର ଚଟାଣରେ କରୋନା ଭୂତାଣୁ ବହୁ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ । ସେଥିଲାଗି ଉପଯୁକ୍ତ ଡିସ୍ଇନଫେକଟାଣ୍ଟ୍ ସ୍ପ୍ରେ କରି ୧୦ ମିନିଟ୍ ପରେ ଚଟାଣ ସଫା କରିବାକୁ କୁହାଯାଇଛି । ସପ୍ତାହରେ ୩-୪ ଥର ଏପରି କରିବା ଜରୁରୀ । ସେହିପରି ଶୋରୁମ ଚଟାଣ ପ୍ରତିଦିନ ୨ ଥର ସଫା କରିବା ଦରକାର ବୋଲି ଗବେଷକ ମତପୋଷଣ କରିଛନ୍ତି । ଘରେ ବ୍ଲିଚିଂ ପାଉଡରକୁ ପାଣିରେ ମିଶାଇ ଏହାଦ୍ୱାରା ଚଟାଣ ସଫା କଲେ କରୋନା ଭୂତାଣୁ ନଷ୍ଟ ହୋଇଯାଇଥାଏ । ସାଧାରଣତଃ କରୋନା ଭୂତାଣୁର ପିଏଚ ସ୍ତର ୫.୫ରୁ ୮.୫ ମଧ୍ୟରେ ହୋଇଥାଏ । ତେଣୁ ଏହାଠାରୁ ଅଧିକ ଏସିଡିକ୍ ଡିସ୍ଇନଫେକଟାଣ୍ଟ୍ ସ୍ପ୍ରେ କଲେ ଭୂତାଣୁ ଉପରେ ଥିବା ଜେନେଟିକ୍ ଆର୍ଏନ୍ଏ ଆବରଣ ନଷ୍ଟ ହେଉଥିବା ଗବେଷକ କହିଛନ୍ତି ।

Related posts

୨୭ ଲକ୍ଷ ଟପିଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୮୭୬ ଜଣଙ୍କ ମୃତ୍ୟୁ

mahabharatanews

ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନ

mahabharatanews

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଅଳସୀ

mahabharatanews