ଓଡିଶା

ମାସ୍କ ନପିନ୍ଦି ଘରୁ ଵାହାରିଲେ ୨୦୦/-ଟଙ୍କା ଜୋରିମାନା

(ସୁନ୍ଦର ପାଣି / କେରାପୁଟ): ମହାମାରି କରୋନା ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ ନିୟମ କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିୟମ କରିଛନ୍ତି । କିନ୍ତୁ କିଛି ଅମାନିଆ ଲୋକ ଏହି ନିୟମକୁ ନମାନି ମନଇଚ୍ଛା ବୁଲୁଥିବାର ନଜିର ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନିକଟରେ ଥିବା ଅସ୍ଥାୟୀ ବଜାର ଠାରେ ବହୁତ ଜନ ଗହଳି ଓ ମାସ୍କ ନ ପିନ୍ଧି ବୁଲୁଥିବା ସମୟରେ ଆଜି ସକାଳ ବୋରିଗୁମ୍ମା ତହସିଲଦାର ସଂଜୀବ କୁମାର ସାହୁ ଓ ପୋଲିସ କର୍ମଚାରୀ ଙ୍କ ଉପସ୍ଥିତ ରେ ମାସ୍କ ନ ପିନ୍ଧିନଥିବା କେତେକ ବ୍ୟକ୍ତିଙ୍କ ପାଖରୁ ଜଣକେ ପିଛା ୨୦୦ ଟଙ୍କା ଫାଇନ ଆଦାୟ କରିଥିବା ଦେଖିବାକୁ ମିଳିଛି ଓ ସମସ୍ତଙ୍କୁ ଅନୁରୋଧ କରିଥିଲେ କୋଣସି କାମ ନ ଥିଲେ ଘରୁ ଵାହାରକୁ ବାହାରନ୍ତୁ ନାହିଁ, ଯଦି ଜରୁରୀ କାର୍ୟ୍ୟ ପାଇଁ ବାହାରୁଛନ୍ତି ମାସ୍କ ଓ ସାମାଜିକ ଦୁରତା ରକ୍ଷା କରନ୍ତୁ । କୋରାପୁଟରୁ ସୁନ୍ଦର କୁମାର ପାଣିଙ୍କ ରିପୋର୍ଟ।

Related posts

+୨ ବାକିଆ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ

mahabharatanews

ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ ସ୍ୱତନ୍ତ୍ର ସ୍କ୍ୱାଡ୍

mahabharatanews

ବାଇଶି ପାହାଚର ହେବ ମରାମତି

mahabharatanews