ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଏବେ ସମଗ୍ର ବିଶ୍ୱ ଏକ ହୋଇ କାମ କରୁଛନ୍ତି । ପରସ୍ପରକୁ ସାହାଯ୍ୟ ସହଯୋଗ କରିବା ସହ ଗବେଷଣାରେ ଲାଗି ପଡିଛନ୍ତି । ଏପରି ସମୟରେ ଚୀନ ମଧ୍ୟ ଭାରତକୁ ସହଯୋଗର ହାତ ବୃାଇଛି । ଚୀନରେ କରୋନା ଆତଙ୍କ ସମୟରେ ଭାରତ ଚୀନକୁ ସହଯୋଗ କରିଥିଲା, ତେଣୁ କରୋନା ଉପରେ କିଛି ମାତ୍ରାରେ ନିୟନ୍ତ୍ରଣ ପାଇଥିବା ଚୀନ ଭାରତକୁ ପର୍ସେନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ (ପିପିଇ) କିଟ ଯୋଗାଉଛି । କିନ୍ତୁ ଏହି କଟ୍ର ପରୀକ୍ଷା ପରେ ଜଣାପଡିଛି, ଚୀନ ରପ୍ତାନ କରିଥିବା କିଟ ନିମ୍ନ ମାନର ରହିଛି । ସାଧାରଣତଃ ଅନ୍ୟ ସମୟରେ ନିମ୍ନ ମାନର ସାମଗ୍ରୀ ପ୍ରସ୍ତୁତ କରୁଥିବା ଚୀନ ବର୍ତ୍ତମାନର ଜୀବନ ମରଣ ସମୟରେ ଜାରି ରହିଛି । ପିପିଇ କିଟ୍ ବ୍ୟବହାରିକ ମାନଦଣ୍ଡକୁ ପୂରଣ କରୁ ନାହିଁ ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଚୀନରୁ ଆମଦାନୀ ହୋଇଥିବା ୬୩ ହଜାର ପିପିଇ କିଟ୍ ତାହା ଆବଶ୍ୟକୀୟ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । କିଛି ଘରୋଇ କମ୍ପାନୀ ଭାରତ ସରକାରଙ୍କୁ ପିପିଇ କିଟ୍ ଦାନ କରିଥିଲେ। ଏହାର ଯାଞ୍ଚ ବେଳେ ଏହି ସାମଗ୍ରୀ ମଧ୍ୟ ଚୀନରୁ ଆମଦାନୀ ହୋଇଥିବା ଜଣା ପଡ଼ିଥିଲା । ଇକୋନୋମିକ ଟାଇମ୍ସ ସୂତ୍ରରୁ ମିଳିଥିବା ଖବର ଅନୁସାରେ କିଛି ଘରୋଇ ସଂସ୍ଥା ଭାରତ ସରକାରଙ୍କୁ ୧.୭ ଲକ୍ଷ ପିପିଓ ପ୍ରଦାନ କରିଥିଲେ। ଯେଉଁଥିରୁ ୫୦ ହଜାର ବ୍ୟବହାର ଉପଯୋଗୀ ପରୀକ୍ଷାରେ ବିଫଳ ହୋଇଥିଲା । ଏପରିକି ଦୁଇଟି ପର୍ୟ୍ୟାୟରେ ଆସିଥିବା ୧୦ହଜାର ଓ ୩୦ ହଜାର ପିପିଇ କିଟ୍ ମଧ୍ୟ ନିମ୍ନମାନର ସାବ୍ୟସ୍ତ ହୋଇଥିଲା। ଏହି ସାମଗ୍ରୀ ସବୁକୁ ସରକାରଙ୍କ ପକ୍ଷରୁ ଗ୍ବାଲିଅରର ଡ଼ିଫେନ୍ସ ରିସର୍ଚ୍ଚ ଏଣ୍ଡ ଡ଼େଭଲପମେଣ୍ଟ ଅର୍ଗାନାଇଜେସନ ଲାବ୍ରୋଟୋରୀରେ ପରୀକ୍ଷା କରାଯାଇଥିଲା ।
