Uncategorized

ଦେଶରେ କରୋନା ମୃତ୍ୟୁ ୫୪୩ ଛୁଇଁଲା

ନୂଆଦିଲ୍ଲୀ: ପ୍ରତିଦିନ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଲକଡାଉନ ସତ୍ତେ୍ୱ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୪୩ରେ ପହଞ୍ଚି ଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶର ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶର ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଠାରେ ୨୭୩ ଜଣ ପ୍ରାଣ ହରାଇଛନ୍ତି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୦୩ରେ ପହଞ୍ଚି ଯାଇଛି। ୫୦୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୨୭୩ ଜଣଙ୍କ ଜୀବନ କରୋନା ଭୂତାଣୁ ନେଇଛି ଓ ଆକ୍ରାନ୍ତଙ୍କ ସଂଖ୍ୟା ୪୨୦୩ରେ ପହଞ୍ଚି ଯାଇଛି। ୫୦୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମଧ୍ୟପ୍ରଦେଶରେ ୭୦, ଗୁଜରାଟରେ ୬୩, ଦିଲ୍ଲୀରେ ୪୫, ଆନ୍ଧ୍ର ପ୍ରଦେଶରେ ୧୫, ଆସାମରେ ୧, ବିହାରରେ ୨, ହରିଆଣାରେ ୩, ହିମାଚଳ ପ୍ରଦେଶରେ ୧, ଜମ୍ମୁ-କଶ୍ମୀରରେ ୫, ଝାରଖଣ୍ଡରେ ୨, କର୍ଣ୍ଣାଟକାରେ ୧୬, କେରଳରେ ୩, ମେଘାଳୟରେ ୧, ଓଡ଼ିଶାରେ ୧, ପଞ୍ଜାବରେ ୧୬, ରାଜସ୍ଥାନରେ ୧୪, ତାମିଲନାଡୁରେ ୧୫, ତେଲେଙ୍ଗାନାରେ ୧୮, ଉତ୍ତର ପ୍ରଦେଶରେ ୧୭ ଓ ପଶ୍ଚିମବଙ୍ଗରେ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଗତକାଲି ସନ୍ଧ୍ୟା ୫.୩୦ ସୁଦ୍ଧା ଏହି ସଂଖ୍ୟା ୫୧୯ ରହିଥିଲା। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିଛି। ଆଜି ସକାଳ ୮.୩୦ ସୁଦ୍ଧା ଦେଶରେ ୧୭,୨୬୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୪୭ ଜଣ ସୁସ୍ଥ ହୋଇଥିବା ବେଳେ ୫୪୩ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ୧୪,୧୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related posts

ରାଜନେତାଙ୍କୁ ସ୍ଥଳସେନା ମୁଖ୍ୟଙ୍କ କଟାକ୍ଷ

mahabharatanews

କମଲନାଥ, ପ୍ରଜାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews

ଦରଜ ହେଉଛି କି ଆପଣଙ୍କ ପାଦ, ଜାଣନ୍ତୁ ଏହା ପଛର ୩ଟି କାରଣ

mahabharatanews