ଓଡିଶା

ବିଦ୍ୟୁତ ସଂସ୍ପର୍ଶରେ ଆଶି ଗ୍ରମିକ ଗୁରୁତର

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ବହଳଦା’ ଥାନା ଅନ୍ତର୍ଗତ ଅସନା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଅଳ୍ପକେ ବର୍ତ୍ତିବା ଯାଇଛନ୍ତି। ପ୍ରକାଶ ଥାଉକି ରବିବାର ଦିନ ଅପରାହ୍ନରେ ଅସନା ଗ୍ରାମରେ ଦୁଇ ଜଣ ଶ୍ରମିକ ରାମଦାସ ମୁର୍ମୁ ଏବଂ ମୁନା ହେମ୍ବ୍ରମ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ସ୍ପର୍ଶରେ ଆସି ରାମଦାସ ମୁର୍ମୁ ଗୁରୁତର ହୋଇଥିଲେ । ରାମଦାସ ମୁର୍ମୁ ଙ୍କ ହାତ,ପେଟ,ବାମଗୋଡ,ଜଙ୍ଘ ପୋଡ଼ି ଯାଇଥିଲା ଓ ସେ ତଳେ ଖସି ପଡ଼ି ବେହୋସ ହୋଇ ପଡ଼ିଥିଲେ । ମୁନା ହେମ୍ବ୍ରମ ଛିଟିକି ପଡ଼ି ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ଆହତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Related posts

ସମୁଦ୍ରରେ ଗାଧୋଇବାବେଳେ ବୁଡିଗଲେ ପରିବାରର ୫ ସଦସ୍ୟ, ୨ମୃତ

mahabharatanews

ବନାଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳରେ ସ୍ୱତନ୍ତ୍ର ପଦକ୍ଷେପ 

mahabharatanews

ବାହାନଗାରେ ଟ୍ରେନ ଦୁର୍ଘଟଣା; ନିଲାମ ହେବ ବଗି ଓ ଇଞ୍ଜିନ୍

mahabharatanews