Uncategorized

ଦେଶରେ କରୋନା ମୃତ୍ୟୁ ୬୪୦ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ବୁଧବାର ସକାଳ ୮ଟାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ୧୯ ହଜାର ୯୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ହଜାର ୪୭୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ୩୮୬୯ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଦର୍ଶାଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୩୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏଠାରେ ମୋଟ ୫୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ୨୫୧ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର ପଛକୁ ଗୁଜରାଟରେ ୨୧୭୮ଆକ୍ରାନ୍ତ ଅଛନ୍ତି, ରାଜଧାନୀ ନୂଆଦିଲ୍ଲୀରେ ୨୧୫୬, ରାଜସ୍ଥାନରେ ୧୭୩୫, ତାମିଲନାଡୁରେ ୧୫୯୬, ମଧ୍ୟପ୍ରଦେଶରେ ୧୫୫୨, ଉତ୍ତରପ୍ରଦେଶରେ ୧୩୩୭ ଆକ୍ରାନ୍ତ ରହିଛନ୍ତି।

Related posts

କୂଅରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ ମୁଗଡାଲି କଟ୍ଲେଟ୍

mahabharatanews

୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍

mahabharatanews