ଓଡିଶା

ମହାନଦୀକୁ ଗାଧେଇବାକୁ ଯାଇ ଯୁବକଙ୍କ ମୃତ୍ୟୁ

ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଥାନା ଅଧୀନ ସିଂହନାଥ ପୀଠ ମହାନଦୀ ତଟରେ ଗତକାଲି ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ବଡମ୍ବା ନିଜିଗଡ଼ ଗ୍ରାମର ଜଗବନ୍ଧୁ ମହାରଣା। ଆଜି ଅଗ୍ନିଶମ କର୍ମଚାରୀ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି ନିଜିଗଡ ଅଞ୍ଚଳର ପାଞ୍ଚ ଜଣ ବନ୍ଧୁ ସିଂହନାଥପୀଠକୁ ବୁଲିବାକୁ ଆସିଥିଲେ। ସେମାନେ ସମସ୍ତେ ସଂଧ୍ୟାରେ ମହାନଦୀରେ ଗାଧେଇବାକୁ ମଧ୍ୟ ଯାଇଥିଲେ । ସେମାନେ ଗ।।ଧୋଉଥିôବା ବେଳେ ଜଗବନ୍ଧୁ ବୁଡି ଯାଇଥିଲେ। ରାତି ହୋଇଯାଇଥିବାରୁ ବଡମ୍ବା ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଜଗବନ୍ଧୁଙ୍କ ମୃତଦେହ ମହାନଦୀରୁ ଉଦ୍ଧାର କରିଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related posts

ମାଓବାଦୀଙ୍କ ଅମାନୁଷିକ କାଣ୍ଡ : ଜାଳିଦେଲେ ୯ଗାଡି

mahabharatanews

ରାଜ୍ୟରେ ୧୫୧୦ଛୁଇଁଲା କରୋନାଜନିତ ମୃତ୍ୟୁ

mahabharatanews

୮୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

mahabharatanews