ଓଡିଶା

ଭଦ୍ରକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଧୀରେ ଧୀରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ । ଏହି ସୂଚନା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟରେ ଦିଆଯାଇଛି । ୱେବସାଇଟ ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ। ସେ ପଶ୍ଚିମବଙ୍ଗରୁ ନିକଟରେ ଫେରିଥିଲେ। ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି। ୫୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଯାଜପୁର ଓ ବାଲେଶ୍ୱର ଜିଲ୍ଲାର ସ୍ତିତି ମଧ୍ୟ ଗମ୍ଭୀର ରହିଛି । ତେଣୁ ଏହି ତିନି ଜିଲ୍ଲାରେ ଗାତକାଲି ରାତି ୧୦ଟାରୁ ସଟଡାଉନ ଘୋଷଣା ହୋଇଛି ।

Related posts

ସାଧୁସନ୍ଥଙ୍କ ମେଳରେ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା

mahabharatanews

ଭୁବନେଶ୍ୱରର ପ୍ରମୁଖ ଆକର୍ଷଣ; ବିଶ୍ୱକପ୍ ଓ ଆବର୍ଜନ

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୦୫୭କୁ ବୃଦ୍ଧି

mahabharatanews