ଓଡିଶା

ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ

କଟକ: ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଭାରତର ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା କରିବା ପରେ ଏହି ନିଯୁକ୍ତି ଦେଇଛନ୍ତି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍‌ ରଫିକ୍‌ଙ୍କ ନାମକୁ ସୁପାରିଶ କରିଥିଲେ। ଜଷ୍ଟିସ୍‌ ରଫିକ୍‌ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିବା ପରେ ୧୯୮୪ରେ ରାଜସ୍ଥାନର ବାର୍‌ କାଉନସିଲରେ ଆଡଭୋକେଟ୍‌ ଭାବରେ ନାମ ଲେଖାଇଥିଲେ। ଜଷ୍ଟିସ୍‌ ରଫିକ୍‌ ଆଇନର ପ୍ରାୟ ସମସ୍ତ ଶାଖାରେ ବିଶେଷକରି ସାମ୍ବିଧାନିକ ତଥା ସେବା ପ୍ରସଙ୍ଗ ତଥା ଜମି ଅଧିଗ୍ରହଣ ମାମଲାରେ ଅଭ୍ୟାସ କରିଥିଲେ। ସେ ୧୯୯୯ ଜାନୁୟାରୀ ୭ରୁ ରାଜସ୍ଥାନ ପାଇଁ ଅତିରିକ୍ତ ଆଡ୍‌ଭୋକେଟ ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ। ମେ’ ୨୦୦୬ ରାଜସ୍ଥାନ ହାଇକୋର୍ଟର ବେଞ୍ଚକୁ ଉନ୍ନୀତ ହେବା ପର୍ୟ୍ୟନ୍ତ ସେ ସେହି ପଦବୀରେ କାର୍ୟ୍ୟ କରିଥିଲେ।

୧୩ ନଭେମ୍ବର ୨୦୧୯ରେ ଜଷ୍ଟିସ୍‌ ରଫିକ୍‌ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ।

Related posts

୧ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ

mahabharatanews

ଜୟପାଟଣା ଥାନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ଆଜି ଭୁବନେଶ୍ୱରରୁ ୧୬ ସଂକ୍ରମିତ

mahabharatanews