ଓଡିଶା

ପ୍ରସୂତୀ ମହିଳାଙ୍କ ପାଇଁ ଲକଡାଉନ ହେଲା କାଳ

(ଜଳେଶ୍ୱର/ଅଜିତ ସାହୁ): କୋରୋନା ପାଇଁ ସାରା ଦେଶରେ ଲକଡାଉନ । ଏହି ସମୟରେ ଓଡ଼ିଶା ପଶ୍ଚିମବଙ୍ଗ ସୀମା ସିଲ । ଲକଡାଉନ ବେଳେ ସୀମାସିଲ କଟକଣା ଜଣେ ପ୍ରସୂତି ମହିଳାଙ୍କ ପାଇଁ ହୋଇଛି କାଳ। ଲକଡାଉନ ଓ ସୀମାସିଲ ପାଇଁ ହନ୍ତସନ୍ତ ହୋଇଛନ୍ତି ଜଣେ ପ୍ରସୂତୀ ଓ ତାଙ୍କ ସମ୍ପର୍କୀୟ। ମେଡ଼ିକାଲ ଓ ଚିକିତ୍ସା ସେବା ସହିତ ସମସ୍ତ ଜରୁରୀ କାଳୀନ ସେବା ଜାରି ରହିବ ,କଟକଣା ଭିତରେ ଯେମିତି କେହି ଅସହାୟ ଅସୁବିଧାରେ ସ୍ୱୀକାର ନହୁନ୍ତି ସେଥି ପାଇଁ ସରକାର ସାଧାରଣ ଲୋକଙ୍କୁ ଅନୁରୋଧ କରିବା ସହିତ ସରକାରୀ ଅଧିକାରୀ ମାନଙ୍କୁ କଡା ନିର୍ଦେଶ ଦେଇଛନ୍ତି। ତେବେ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କର ସରକାରୀ ନିର୍ଦେଶ କୁ ଖାତିର ନାହିଁ,କି ଭ୍ରୁକ୍ଷେପ ନାହିଁ।

ଏଭଳି ଅଭାବନିୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ମେରାଇନ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ଏନ ଏମ ପଡିଆ ଗ୍ରାମର ତାରାତୁନ ବିବି ଗତ ୧୮ ତାରିଖ ଦିନ ପଶ୍ଚିମବଙ୍ଗର କାନ୍ଥୀ ସହରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଭର୍ତି ହୋଇ କନ୍ୟା ସନ୍ତାନଟିକୁ ଜନ୍ମ ଦେଇ ଥିଲେ। ତେବେ ଗତକାଲି ପ୍ରସୂତି ତାରାତୁନ ବିବି ତାଙ୍କର ପିଲା ଓ ମାଆ ସହିତ ନର୍ସିଂ ହୋମରୁ ଡିସଚାର୍ଜ ହୋଇ ଆମ୍ବୁଲେନ୍ସ ଯୋଗେ ଘରକୁ ଫେରୁଥିଲେ। ଲକ ଡାଉନ ପାଇଁ ଓଡିଶା ଓ ପଶ୍ଚିମ ବଙ୍ଗର ଦୀଘା – ଉଦୟପୁର ସୀମା ସିଲ ରହିଥିଲା। ପଶ୍ଚିମବଙ୍ଗର ଦୀଘା ପୋଲିସ ଅଟକାଇ କାଗଜ ପତ୍ର ଯାଞ୍ଚ କରି ଛାଡିଥିଲେ ବି ଓଡିଶାର ତାଳସାରି ମେରାଇନ ଥାନା ପୋଲିସ ଓଡିଶା ଭିତରକୁ ଆସିବାକୁ ଦେଇନଥିଲା। ବିଳମ୍ବ ହେବାରୁ ଓଡ଼ିଶା ସୀମା ନିକଟରେ ଆମ୍ବୁଲାନ୍ସଟି ଛାଡି ଚାଲିଯାଇଥିଲା। ବର୍ଷା ପାଗରେ ଛୋଟ ଛୁଆଙ୍କୁ ଧରି ସାତ ଦିନର ପ୍ରସୂତି ଓ ତାଙ୍କ ବୟସ୍କା ବୁଢୀ ମାଆ ସକାଳ ୧୦ ଠାରୁ ସନ୍ଧ୍ୟା ପର୍ୟ୍ୟନ୍ତ ପ୍ରାୟ ୮ ଘଣ୍ଟା କାଳ ଅସହାୟ ହୋଇ ଭୋକ ଉପାସରେ ନିରୁପାୟ ହୋଇ ବସିରହିଥିଲେ। ଏନେଇ ସ୍ଥାନୀୟ ସମାଜସେବୀ ଦିଲ୍ଲୀପ କାମିଳା ସ୍ଥାନୀୟ ବ୍ଲକ ଓ ପୋଲିସ ପ୍ରଶାସନକୁ ଅବଗତ କରିଥିଲେ ବି ପ୍ରସୂତି ମହିଳା ଙ୍କ ପାଇଁ କୌଣସି ସହଯୋଗ କି ଵ୍ୟଵସ୍ଥା କରାଯାଇନଥିଲା। ସନ୍ଧ୍ୟା ପର୍ୟ୍ୟନ୍ତ ଅପେକ୍ଷା କରି, ଶେଷରେ ନିରାଶ ହୋଇ ଜଣେ ବଙ୍ଗୀୟ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ତେବେ ଏଠାରେ ସୂଚନା ଥାଉକି ଲାକଡାଉନ ଓ ସୀମାସିଲ ସତ୍ତ୍ୱେ ପଶ୍ଚିମ ବଙ୍ଗରୁ ଓଡିଶାକୁ ଶହଶହ ଲୋକ ଲୁଚି,ଛପି, ଆସିବା ସହିତ ଚାଷ ଓ ନକଲି ରୋଗି ପରିଚୟ ଦେଇ ଆମ୍ବୁଲାନ୍ସ ଯୋଗେ ଓଡିଶା ସୀମାକୁ ଅବାଧରେ ପ୍ରବେଶ କରୁଥିବା ଖବର ସାମ୍ନା କୁ ଆସିଥିଲା। ତେବେ ଜଣେ ପ୍ରସୂତି ମହିଳା ମେଡ଼ିକାଲ କାଗଜପତ୍ର ଦେଖାଇବି ନବଜାତ ଶିଶୁକୁ ନେଇ ଆସି ନପାରିବା ଚର୍ଚ୍ଚାର ବିଷୟ ପାଲଟି ଥିଲା। ଏଥିପ୍ରତି ସରକାର ବରିଷ୍ଠ ଅଧିକାରୀ ଧ୍ୟାନ ଦେବାକୁ ସାଧରଣରେ ଦାବି ହୋଇଛି।

Related posts

ଜ୍ୱାଇଁର ଛୁରା ମାଡରେ ଶାଶୁ ମୃତ

mahabharatanews

  ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରସ୍ତୁତି

mahabharatanews

ଓଡି଼ଶା ବିଜେପି ପ୍ରଭାରୀ ହେଲେ ସୁନୀଲ ବଂଶଲ

mahabharatanews