ଓଡିଶା

କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଦୋକାନ ଖୋଲିବ: ପୁରୀ ଜିଲ୍ଲାପାଳ

(ଜୟନ୍ତ ସେଠି/ଗୋପ): କେନ୍ଦ୍ର ସରକାର ଲକଡାଉନ ସମୟ ଭିତରେ ଦୋକାନ ଖୋଲିବା ନେଇ କିଛି କୋହଳ କରିଛନ୍ତି। କିନ୍ତୁ ଏ ନେଇ ସ୍ଥିତି ଦେଖି ଜିଲ୍ଲା ପ୍ରଶାସନ ଏହାର ନିଷ୍ପତ୍ତି ନେଇ ପାରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ନାମାରେ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାରେ ମଧ୍ୟ ଲକ ଡାଉନ ଅସନ୍ତା ମେ ୩ ତାରିଖ ଯାଏ ଦଳ ବତ୍ତର ରହିବ। କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଦୋକାନ ଖୋଲିବ। ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ। ଏହା ବ୍ୟବସାୟୀ ଙ୍କୁ କଷ୍ଟ ଦେଲେ ମଧ୍ୟ ଜନସାଧାରଣ ଙ୍କ ହିତ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଗଲା ବେଳେ ମାସ୍କ ପିନ୍ଧି ଯିବାକୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ନିର୍ଦେଶ ଦେଇଛନ୍ତି। ଏହି ସବୁ ନିୟମ ଉଲଘଂନ କଲେ ଜୋରିମାନା ହେବ ବୋଲି ସେ ଲୋକଙ୍କୁ ସତର୍କ କରାଇଛନ୍ତି। ଅନ୍ୟପଟେ ପୁରୀ ବାସିନ୍ଦା ଯେଉଁଭଳି ଲକଡାଉନ ନିୟମ କୁ ସଠିକ ଭାବେ ପାଳନ କରୁଛନ୍ତି ତାକୁ ନେଇ ଜିଲ୍ଲାପାଳ ଲୋକ ଙ୍କୁ ଧନ୍ୟବାଦ ଦେଇଛନ୍ତି ।

Related posts

ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ

mahabharatanews

୨୧ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା

mahabharatanews

ଆଜି ତିହିଡିରେ ୮ ଘଣ୍ଟା ବନ୍ଦ ପାଳନ 

mahabharatanews