Uncategorized

ଉତ୍ତର ପ୍ରଦେଶରେ ଦୁଇ ସାଧୁଙ୍କୁ ମନ୍ଦିର ପ୍ରାଙ୍ଗଣରେ ହତ୍ୟା

ବୁଲନ୍ଦସହର: ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ସାଧୁଙ୍କୁ ହତ୍ୟା କରାଯାଇଛି । ସୋମବାର ରାତିରେ ବୁଲନ୍ଦସହର ଅନୁପଶାହାର କୋଟୱାଲିରେ ଦୁଇଜଣ ସାଧୁଙ୍କୁ ହତ୍ୟା କରାଯାଇଛି । ମନ୍ଦିର ପରିସରରେ ଶୋଇଥିବା ଅବସ୍ଥାରେ ଦୁଇଜଣଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ୫୫ ବର୍ଷୀୟ ସାଧୁ ଜଗାନ୍ଦାସ ଏବଂ ୩୫ ବର୍ଷୀୟ ସାଧୁ ସେବାଦାସଙ୍କ ମୃତ୍ୟୁ ହୋଇଛି ।

ସୂଚନାନୁସାରେ, ଅନୁପଶାହାର କୋଟୱାଲିର ପାଗୋନା ଗ୍ରାମରେ ଏକ ଶିବ ମନ୍ଦିର ଅଛି। ଗତକାଲି ରାତିରେ ମନ୍ଦିରରେ ରହୁଥିବା ୫୫ ବର୍ଷୀୟ ସାଧୁ ଜଗାନ୍ଦାସ ଏବଂ ୩୫ ବର୍ଷୀୟ ସାଧୁ ସେବାଦାସଙ୍କୁ ହତ୍ୟା କରାଯାଇଥିଲା। ମଙ୍ଗଳବାର ସକାଳେ ଗ୍ରାମବାସୀ ମନ୍ଦିରକୁ ଯାଇ ଦେଖନ୍ତୁ ଉଭୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି। ଏହା ଦେଖି ଶତାଧିକ ଲୋକ ମନ୍ଦିରରେ ଏକାଠି ହୋଇଥିଲେ। ଏହି ସମୟରେ ଗ୍ରାମବାସୀଙ୍କର ଜଣଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହା ପରେ ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କୁ ପ୍ରବଳ ମାଡ ମାରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ଓ ଦୁଇ ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ସୂଚନା ଯୋଗ୍ୟ, ମହାରାଷ୍ଟ୍ରର ପାଲଘରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ୧୬-୧୭ ଏପ୍ରିଲ ରାତିରେ ଦୁଇଜଣ ସାଧୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ପାଲଘରର ଗାଡଚିଞ୍ଚଲେ ଗାଁରେ ମୁମ୍ବାଇରୁ ସୁରଟକୁ ଯାଉଥିବା ଦୁଇଜଣ ସାଧୁ ଓ ତାଙ୍କ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ। ଭାଇରାଲ ଭିଡିଓରେ ଜଣେ ସାଧୁ ନିଜ ଜୀବନ ବଞ୍ଚାଇବାକୁ ପୁଲିସ କର୍ମଚାରୀଙ୍କ ପଛରେ ଲୁଚିଥିବାର ନଜର ଆସିଥିଲେ। କିନ୍ତୁ ପୁଲିସ ତାଙ୍କୁ ସାହାଯ୍ୟ କରିନଥିଲା। ଉତ୍ୟକ୍ତ ଜନତା ସାଧୁମାନଙ୍କୁ ପିଟିପିଟି ହତ୍ୟା କରିଥିଲେ। ଦୁଇ ଜଣ ସାଧୁ ମୁମ୍ବାଇର ଜାଗେଶ୍ଵରୀ ହନୁମାନ ମନ୍ଦିରରୁ ଆସିଥିଲେ । ଉଭୟ ସାଧୁ ଗୁରୁଙ୍କ ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇରୁ ସୁରଟକୁ ଯାଉଥିଲେ।

Related posts

ଦିଲ୍ଲୀ ହିଂସାରେ ଗୁଇନ୍ଦା କନଷ୍ଟେବଳଙ୍କ ମୃତ୍ୟୁ ସନ୍ଦେହ

mahabharatanews

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ପଡ଼ିବ ମହଙ୍ଗା, କାନଫୁଲ କରିବ ସାବାଡ଼

mahabharatanews

କରୋନା ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews