ଓଡିଶା

ବିଜେପି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଏହି ଭୂତାଣୁ ସଂକ୍ରମଣରୁ ଭାରତ ବର୍ଷ କି ରାଜ୍ୟ ମଧ୍ୟ ବାଦ ପଡିନାହିଁ । ଏହି ମହାମରୀର ଭୟାବହତାକୁ ଦୃଷ୍ଟିରେ ରଖି ଦେଶ ଓ ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ ଏବେ ଏହାର ପ୍ରଭାବ ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡିଛି । ତେବେ ସେମାନଙ୍କ ପେଟର ଭୋକକୁ ଦେଖି ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । କିନ୍ତୁ ସେହିସବୁ ଯୋଜନା ସମୁଦ୍ରକୁ ଶଙ୍ଖେ ସଦୃଶ । ତେଣୁ ଅନେକ ଏହି ସରକାରୀ ଯୋଜନାରୁ ବାଦ ପଡିଯାଉଛନ୍ତି । ଏଭଳି ଅବସ୍ଥାରେ ଏବେ ସେମାନଙ୍କ ନିକଟରେ ପହଂଚି ପେଟକୁ ଆହାର ଯୋଗାଇଦେବା ପାଇଁ ଅଣ୍ଟା ଭିଡ଼ିଛି ଗଂଜାମ ଜିଲ୍ଲା ବିଜେପି ।

ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡ ରେ ବିଜେପି ପକ୍ଷରୁ ଅସହାୟ ଓ ରାସନ କାର୍ଡରୁ ବଂଚିତ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି । ଏଥି ସହ କରୋନା ମୁକାବିଲା କରିବା ନେଇ ପ୍ରତ୍ୟକ ଟି ନିୟମାବଳୀକୁ ମାନି ଅର୍ଥାତ ମାସ୍କ ବ୍ୟବହାର ବାଧ୍ୟତାମୂଳକ, ସମାଜିକ ଦୂରତା ପ୍ରତି ଗୁରୁତ୍ୱ, ସାନିଟାଇଜର ହାତକୁ ଭଲ ଭାବେ ସଫା କରିବା ଇତ୍ୟାଦି ନେଇ ଲୋକଙ୍କୁ ସଚେତନ କରାଯାଉଛି ।

ସେହିଭଳି ଆଜି ବିଜେପି ପକ୍ଷରୁ ପୁରୁଣା ବ୍ରହ୍ମପୁର ସ୍ଥିତ ଆଗା ସାହି ଠାରେ ଅସହାୟ ଓ ରାସନ କାର୍ଡରୁ ବାଦ ବାଡିଥିବା ଲୋକଙ୍କୁ ରାସନ ସାମଗ୍ରୀ ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିଲା । ପ୍ରତ୍ୟକ ଦିନ ବିଭିନ୍ନ ୱାର୍ଡ ସ୍ତରରେ ୩୦୦ ରୁ ଅଧିକ ଜଣ ବ୍ୟକ୍ତି ଙ୍କୁ ଏହି ଘରୋଇ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି । ଏହି ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବିନାୟକ ରଥ, ପ୍ରଭାତ ଷଡଙ୍ଗୀ, କମଳ, ଚନ୍ଦନ ସାହୁ, ଭାବଗ୍ରାହୀ ପାଳ, ବିଘ୍ନେଶ୍ୱର ନାୟକ, କିରଣ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସାମାଜିକ ଦୂରତା ବଜାୟ ରଖି ରାସନ ସାମଗ୍ରୀ ବଣ୍ଟନ କରିଥିଲେ ।

Related posts

ମା’ ପିଣ୍ଡାଙ୍ଗି ବୁଢି ଠାକୁରାଣୀଙ୍କ ଗୁସୁ ପେନୁ ପୂଜା

mahabharatanews

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews

୨୨ ଲକ୍ଷ ଟଙ୍କାରେ ୩୧ କ୍ୱିଣ୍ଟାଲର ଲଡ଼ୁ

mahabharatanews