(ସର୍ବେଶ୍ୱର ପାତ୍ର/କାମାକ୍ଷାନଗର): ନକଲି ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋରେ ପରଜଙ୍ଗ ଥାନା ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ଝିଲି ଗାଁର ଉପେନ୍ଦ୍ର ସାହୁ ଓ ମହାବିରୋଡ ଗାଁର ସିଦ୍ଧାନ୍ତ ବେହେରା । ପୁଲିସ ସେମାନଙ୍କ ନିକଟରୁ ୨୨୫ ବୋତଲ ନକଲି ମଦ, ସ୍ପିରିଟ, ଷ୍ଟିକର ଓ ଷ୍ଟାମ୍ପ ଜବତ କରିଛି ।
ସୂଚନାନନୁଯାୟୀ ଗତକାଲି ମହାବିରୋଡ ଗାଁରେ ନକଲି ମଦ ବେପାର ହେଉଥିବା ଅଭିଯୋଗ ହେବା ପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରିଥିଲା । ଏନେଇ କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି । ଆଜି ଉଭୟ ଅଗିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
