ଓଡିଶା

ପୁରୀରୁ ଗୁଜରାଟ ଫେରିଲେ ୧୫ ତୀର୍ଥଯାତ୍ରୀ

(ଗୋପ): ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶରେ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ପରେ ୨୪ରୁ ଲକଡାଉନ ଘୋଷଣା ହୋଇଥିଲା । ଫଳରେ ପୁରୀରେ ୧୫ ଜଣ ଗୁଜରାଟି ତୀର୍ଥଯାତ୍ରୀ ଅଟକି ରହିଥିଲେ  । ଦୀର୍ଘ ୪୫ ଦିନ ପରେ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖାର ସଚିବ ଶ୍ରୀମତୀ ସୁପ୍ରୀତି ରଥଙ୍କ ସହିତ ଯୋଗାଯୋଗ କରିବାରେ, ପରିଷଦ ପୂର୍ବ କ୍ଷେତ୍ରର  ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଓ ପୁରୀ ସେବା ସମିତିର ସହ ସଂପାଦକ ସୈାମେନ୍ଦ୍ର ଦାସ ସେମାନଙ୍କ ସହିତ ଆଲୋଚନା କରିଥିଲେ  । ଆଲୋଚନା କ୍ରମେ ସେମାନେ ଗୁଜରାଟର ଭଲସାଦ, ସୁରଟ, ରାଜକୋଟ ଓ ଜାମନଗରରେ ଅଧିବାସୀ ଜଣାପଡିଥିଲା । ଏହା ପରେ ଗୁଜରାଟ ସରକାରର ଅଧିକାରୀମାନଙ୍କ ସହ  ଯୋଗାଯୋଗ କରାଯାଇଥିଲା । ପରିଷଦ ଏବଂ  ପୁରୀ ଜିଲ୍ଲାପାଳଙ୍କ ସହଯୋଗରେ ଦୀର୍ଘ ୪୮ ଦିନ ଅଟକି ରହିଥିବା ୧୫ ଜଣ ତୀର୍ଥଯାତ୍ରୀ ଅଶ୍ୱିନୀ ମନିହାର,ନିତିନ ଯଯାଲ, ରାଧେଶ୍ୟାମ ବାଘେଡ଼ର, ନିଲେଶ ନୁକୁମ,ବଲଭ ଭାଇ ନୁକୁମ, ସିଧିବେନ ନୁକୁମ,କିରଣ ଭାଇ ହୋଣ୍ଡା,ମୋହନ ଭାଇ ଦୁଲାଣି, ସୁନ୍ଦରିବେନ ଲଲବନି, ମନୀଷା ରାଜୁ ହଲପାତି, ଅଭିଷେକ ରାଜେ ହାଲପାତି, ନୈତିକ, ରୂପବତୀ ପଣ୍ଡା, ଅର୍ଥତ ମହାପାତ୍ର ଆଜି ନିଜ ଘର ଅଭିମୁଖେ ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି  । ପ୍ରଥମେ ଗୋପବନ୍ଧୁ ଆୟୂର୍ବେଦ ମହାବିଦ୍ୟାଳୟ  କୋଭିଡ କେନ୍ଦ୍ରରେ   ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଗାଡି   ·ଳକଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ଜାଣି ଜିଲ୍ଲା ପ୍ରଶାସନ ସେମାନଙ୍କୁ ଯିବା ପାଇଁ ଅନୁମତି ଦେବା ସହିତ ଗାଡ଼ି ପାସ ମଧ୍ୟ ପ୍ରଦାନ କରିଥିଲେ  । ଜିଲ୍ଲା ପ୍ରଶାସନର ଦୁଇ ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ପ୍ରଦୀପ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଓ ଉପ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଭବତରଣ ସାହୁ ଉକ୍ତ ପାସ ଶ୍ରୀ ନିଲେସ ଜୀଙ୍କୁ ପ୍ରଦାନ କରିଥିଲେ । ଏହି ତୀର୍ଥଯାତ୍ରୀମାନେ ନିଜ ସ୍ଥାନରେ ପହଞ୍ଚିବା ପାଇଁ ଦୁଇ ଦିନ ସମୟ ଲାଗିବ୧ ଦୁଇ ଦିନ ପାଇଁ ପରିଷଦ ତରଫରୁ ଶୁଖିଲା ଖାଦ୍ୟ ଓ ପିଇବା ପାଣି ଆଦି ପ୍ରଦାନ କରାଯାଇଥିଲା ।

Related posts

ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

mahabharatanews

ମୟୁରଭଞ୍ଜ ରାଜମାତା ଭାରତୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ

mahabharatanews

ସମସ୍ତ ବିଦ୍ୟାଳୟ କୁ ନେଇ ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ…

mahabharatanews