Uncategorized

ଦେଶରେ ବିକଟ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୩୫୬୧ ଆକ୍ରାନ୍ତ, ୮୯ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବିକଟ ହେବାରେ ଲାଗିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଆଜି ସକାଳ ୮ଟା ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୭୮୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୩୫ ହଜାର ୯୦୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୧୫ ହଜାର ୨୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୫୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୬ ହଜାର ୭୫୮ ସଂକ୍ରମିତ ଥିବା ବେଳେ ୬୫୧ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ଗୁଜରାଟରେ ୬୬୨୫ ସଂକ୍ରମିତ ରହିଛନ୍ତି ଓ ମୃତ୍ୟୁ ସଂଖ୍ୟା ୩୯୬ରେ ପହଞ୍ଚିଛି। ନୂଆଦିଲ୍ଲୀରେ ୫୫୩୨ ଆକ୍ରାନ୍ତ ଓ ୬୧ ମୃତ, ତାମିଲନାଡୁରେ ୪୮୨୯ ଆକ୍ରାନ୍ତ ଓ ୩୫ ମୃତ, ରାଜସ୍ଥାନରେ ୩୩୧୭ ଆକ୍ରାନ୍ତ ଓ ୯୩ ମୃତ, ମଧ୍ୟପ୍ରଦେଶରେ ୩୧୩୮ ଆକ୍ରାନ୍ତ ଓ ୧୮୫ ମୃତ, ଉତ୍ତରପ୍ରଦେଶରେ ୨୯୯୮ ଆକ୍ରାନ୍ତ ଓ ୬୦ ମୃତ, ଆନ୍ଧ୍ରପ୍ରଦେଶରେ ୧୭୭୭ ଆକ୍ରାନ୍ତ ଓ ୩୬ ମୃତ, ପଞ୍ଜାବରେ ୧୫୨୬ ଆକ୍ରାନ୍ତ ଓ ୨୭ ମୃତ, ପଶ୍ଚିମବଙ୍ଗରେ ୧୪୫୬ ସଂକ୍ରମିତ ଓ ୧୪୪ ମୃତ ଏବଂ ତେଲେଙ୍ଗାନାରେ ୧୧୦୭ ଆକ୍ରାନ୍ତ ଓ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Related posts

ଧାନର ଭଳି ଅନ୍ୟ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର: ବାନାର୍ଜୀ

mahabharatanews

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

mahabharatanews

ସଂକ୍ରମଣ ନେଇ ଆଗାମୀ ଲକଡାଉନରେ ଲାଗିବ କଟକଣା

mahabharatanews