ଓଡିଶା

୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): ଆଜି ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କୁ ଛାଡିଦେଲେ ବାକି ୧୬ ଜଣ ସୁରତରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଉ ଜଣେ କଣ୍ଟେନମେଣ୍ଟ ଜୋନରେ ଥିଲେ । ତେବେ ଏହି ୧୭ ଜଣ ଆକ୍ରାନ୍ତ ସମସ୍ତ ପୁରୁଷ । ଏମାନଙ୍କ ମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବେଳେ ୩ ଜଣ ମୟୂରଭଞ୍ଜ, ସୁନ୍ଦରଗଡରୁ ଜଣେ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ରାଉରକେଲାର । ସେ କଣ୍ଟେନମେଣ୍ଟରେ ଥିଲେ । ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ତିହିଡି ବ୍ଲକର । ସେହିପରି ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ରେ ପହଞ୍ଚିଛି । ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା୧୩ ପହଞ୍ଚିଥିବା ବେଳେ ୭ ଜଣ ଚିକିତ୍ସାଧିନ ଅଛନ୍ତି । ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରେ ୨୫ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା,୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୩ ଜଣ ଆକ୍ରାନ୍ତ ହସ୍ପିଟାଲ ଚିକିତ୍ସିତ ହେଉଛନ୍ତି । ଏହା ସହ ମୟୂରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ରେ ପହଞ୍ଚିଛି । ଆଉ ୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଜଣେ ବି ସୁସ୍ଥ ହୋଇ ନାହାଁନ୍ତି ।
ସୁଚନାଯୋଗ୍ୟ ଯେ, ରାଜ୍ୟରେ ୨୮୭ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୨ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
କେଉଁ ଜିଲ୍ଲାରେ କେତେ ସୁସ୍ଥ ଓ କେତେ ଚିକିତ୍ସିତ ପଢନ୍ତୁ….
ଖୋର୍ଦ୍ଧା-୫୦,୩୨ ସୁସ୍ଥ(୧୬ ଚିକିତ୍ସାଧିନ,୨ମୃତ), ଗଞ୍ଜାମ-୮୩(ଚିକିତ୍ସାଧିନ), ଯାଜପୁର-(ଜଣେ ସୁସ୍ଥ,୫୪ ଚିକିତ୍ସାଧିନ), ବାଲେଶ୍ୱର-୨୭(୫ସୁସ୍ଥ, ୨୨ ଚିକିତ୍ସାଧିନ), ସୁନ୍ଦରଗଡ-୧୩( ୬ ସୁସ୍ଥ, ୭ ଚିକିତ୍ସାଧିନ), ଭଦ୍ରକ-୨୫(୧୨ ସୁସ୍ଥ,୧୩ ଚିକିତ୍ସାଧିନ), କେନ୍ଦ୍ରାପଡା-୮(୨ ସୁସ୍ଥ, ୬ ଚିକିତ୍ସାଧିନ), ମୟୂରଭଞ୍ଜ-୭(୭ ଚିକିତ୍ସାଧିନ), ଜଗସିଂହପୁର-୫(୫ ଚିକିତ୍ସାଧିନ), ବଲାଙ୍ଗୀର-୨(୨ ଚିକିତ୍ସାଧିନ), କଟକ-୨(ଜଣେ ସୁସ୍ଥ, ଜଣେ ଚିକିତ୍ସାଧିନ), ଝାରସୁଗୁଡା-୨(ଚିକିତ୍ସାଧିନ), କଳାହାଣ୍ଡି-୨(ସୁସ୍ଥ), କେନ୍ଦୁଝର ୨(୨ ଚିକିତ୍ସାଧିନ), ଦେବଗଡ-୧(୧ ଚିକିତ୍ସାଧିନ), ଢେଙ୍କାନାଳ-୧(୧ ସୁସ୍ଥ), କୋରାପୁଟ-୧(ଚିକିତ୍ସାଧିନ),ପୁରୀ-୧( ୧ ସୁସ୍ଥ) ହୋଇଛନ୍ତି ।

Related posts

ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ଶବ; ହତ୍ୟା ସନ୍ଦେହ

mahabharatanews

mahabharatanews

୧୮ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews