ଓଡିଶା

ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

ରଜନୀକାନ୍ତ ପାତ୍ର/ ହିଞ୍ଜିଳିକାଟୁ: ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪କୁ ଛୁଇଁଛି । ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ଗଞ୍ଜାମ ଲୋକଙ୍କ ସଂକ୍ୟା ବଢିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦେଖି କିଛି ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ ବିଷୟରେ ଖବର ସଂଗ୍ରହ ବେଳେ ସାମାଜିକ ଦୂରତା ଅବଲମ୍ବନ କରୁନଥିବାର ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପରାମର୍ଶନାମା ଜାରି କରିଛନ୍ତି । କିଛି ଗଣମାଧ୍ୟମ ପ୍ରତିନିଧି ପ୍ରବାସୀ ଫେରନ୍ତା ସମ୍ବନ୍ଧୀୟ ଖବର ସଂଗ୍ରହ କରିଥିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି। ଏହା ସେ ନିଜେ ଦେଖିଥିବାର ସେ କହିଛନ୍ତି।
ଜିଲ୍ଲାପାଳ କହିଛନ୍ତି, ବହୁ ସଂଖ୍ୟାରେ ପ୍ରବାସୀ ଦେଶର ବିଭିନ୍ନ ରାଜ୍ୟରେ ଅଛନ୍ତି। ଟ୍ରେନ, ବସ୍, ସାଇକେଲ କିମ୍ବା ଚାଲି ଚାଲି ସେମାନେ ଜିଲ୍ଲାକୁ ଫେରିବାରେ ଲାଗିଛନ୍ତି। ସେମାନେ ହଟସ୍ପଟ ଅଞ୍ଚଳରୁ ଆସୁଛନ୍ତି। ଏପରକି ଅନେକ ସନ୍ଦିଗ୍ଧ ମଧ୍ୟ ଅନ୍ୟ ରାଜ୍ୟରୁ ଗଞ୍ଜାମକୁ ଫେରିବାରେ ଲାଗିଛନ୍ତି। ଏଣୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଜେ ସାବଧାନତା ଅବଲମ୍ବନ ପୂର୍ବକ ପ୍ରତିଷେଧକମୂଳକ ପଦକ୍ଷେପ ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା, ସାନିଟାଇଜର ଓ ଗ୍ଳୋବ୍ସ ବ୍ୟବହାର କରିବାକୁ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ସାମାଜିକ ଦୂରତା ରକ୍ଷା କରିବାକୁ ଜ଼ିଲ୍ଲାପାଳ ଉକ୍ତ ସୂଚନାନାମା ମାଧ୍ୟମରେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି

Related posts

ରାଜଧାନୀରେ ଡେଙ୍ଗୁ ଆତଙ୍କ , ଜଣେ ନାବାଳିକା ମୃତ

mahabharatanews

କମିଟି ଆଧାରରେ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ହାତୀ ଶାବକର ମୃତଦେହ ଉଦ୍ଧାର

mahabharatanews