ଓଡିଶା

୫ ହଜାର ପୋଲିସ କର୍ମଚାରୀଙ୍କ କୋରୋନା ଟେଷ୍ଟ,ସମସ୍ତ ରିପୋର୍ଟ ନେଗେଟିଭ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): କୋରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବଢୁଛି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ତେବେ ମୁମ୍ବାଇରେ ୨୫୦ ପୋଲିସ କୋରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ କମିଶନରେଟ ପୋଲିସରେ ଛନକା ପସିଛି । ଏଥିପାଇଁ କମିଶନରେଟ ପୋଲିସର ପ୍ରାୟ ୫ ହଜାର ପୋଲିସ କର୍ମଚାରୀଙ୍କ କୋରୋନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରେ କାହାର ରିପୋର୍ଟ ପଜେଟିଭ ଆସିନାହିଁ । ସମସ୍ତ ନେଗେଟିଭ ଆସିଥିବା ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ କହିଛନ୍ତି । ଏହା ସହ ସେ କହିଛନ୍ତି ପୋଲିସ କର୍ମଚାରୀଙ୍କ ସ୍କ୍ରିନିଂ କରାଯାଉଛି । ଯେଉଁ କର୍ମଚାରୀଙ୍କ ଲକ୍ଷଣ ଆସୁଛି ତାଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯାଉଛି । ପୋଲିସ ବାରାକରେ ସାମଜିକ ଦୂରତା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ବାରାକରେ ଏକାଧିକ ସିପାହୀଙ୍କୁ ବାଣୀବିହାର ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି । ଯେଉଁ କର୍ମଚାରୀଙ୍କ ବୟଷ ୫୦ ରୁ ଉର୍ଦ୍ଦ ସେମାନଙ୍କୁ ଥାନାରେ କାର୍ଯ୍ୟ କରିବାକୁ କୁହାଯାଇଛି । ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି ।

Related posts

 ରାଜ୍ୟରେ ଘନ କୁହୁଡ଼ି,ଗାଡ଼ି ଚଳାଚଳ ବାଧାପ୍ରାପ୍ତ 

mahabharatanews

ଲକ ଡାଉନ ସମୟରେ ରାତିରେ ପୁରୀ ସହରର ଚିତ୍ର

mahabharatanews

ଉତ୍କେଲା ଆଜିଠୁ ବିମାନ ସେବା ଆରମ୍ଭ

mahabharatanews