ଓଡିଶା

ମା’ ମଙ୍ଗଳା ଯୁବକ ସଂଘ ପକ୍ଷରୁ ମାସ୍କ ଓ ସାବୁନ୍ ବଣ୍ଟନ

(ଜୟନ୍ତ ସେଠି/ଗୋପ): କରୋନା ଭୂତାଣୁକୁ ନେଇ ସମସ୍ତେ ଚିନ୍ତିତ । ରାଜ୍ୟ ସରକାର ଏଥିପାଇଁ ଲକ ଡାଉନ ଜାରି ରଖିଛନ୍ତି।ଭୟଙ୍କର କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ସାମାଜିକ ଦୂରାତା ରକ୍ଷା କରିବା,ଘରୁ ବାହାରକୁ ବାହାରିଲେ ମାସ ପିନ୍ଧି ବା, ସାବୁନରେ ହାତ ଧୋଇବା ଓ ନିଜ ନିଜ ଘରେ ରହିବା। ଏହି ଲକଡାଉନ ଫଳରେ ଗରିବ, ଅସହାୟ, ଦିନ ମଜୁରିଆ ପରିବାର ହଇରାଣରେ ପଡିଛନ୍ତି । ଏହାକୁ ଲକ୍ଷ୍ୟ କରି ପୁରୀ ଜିଲ୍ଲାର ନିମାପଡା ବ୍ଳକର ମଲ୍ଲିକ ସାହିର ମା ମଙ୍ଗଳା ଯୁବକ ସଂଘ ଅସହାୟ, ଗରିବ ଲୋକଙ୍କୁ ସାହାର୍ୟ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ମା ମଙ୍ଗଳା ଯୁବକ ସଂଘର ସଭାପତି ଅମିନ ମଲ୍ଲିକଙ୍କ ନେତୃତ୍ୱରେ ସମ୍ପାଦକ ସୁନୀଲ ମଲ୍ଲିକଙ୍କ ସହଯୋଗରେ ସଂଘର ନିଜସ୍ଵ ପାଣ୍ଠିରୁ ଖର୍ଚ୍ଚ କରି ସେମାନେ ଘରକୁ ଘର ବୁଲି ମାସ୍, ସାବୁନ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ମହାମାରୀ କରୋନା ଭୂତାଣୁରୁ କିପରି ରକ୍ଷା ପାଇପାରିବା ସେ ନେଇ ସଚେତନତା କରାଇଥିଲେ ।

Related posts

କୋଭିଡ କଟକଣାରେ ମା’ଗଜଲକ୍ଷ୍ମୀଙ୍କ ପୂଜା

mahabharatanews

ଆଉ ୧୨ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

mahabharatanews

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

mahabharatanews