ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ସଂଶୋଧିତ ଗାଇଡ୍ଲାଇନ୍ ହୋମ କ୍ୱାରେଣ୍ଟାଇନକୁ ନେଇ ଜାରି କରିଛି । ଏହି ଗାଇଡଲାଇନ ଅନୁଯାୟୀ, ରୋଗୀ ୧୭ ଦିନ ପରେ କ୍ବାରେଣ୍ଟିନ୍ ଶେଷ କରିପାରିବେ। କିନ୍ତୁ, ଲକ୍ଷଣ ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ସମ୍ପୃକ୍ତ ରୋଗୀଙ୍କୁ ଜ୍ୱର ନ ହୋଇଥିବା ଆବଶ୍ୟକ। ଏହି ସଂଶୋଧିତ ଗାଇଡ୍ଲାଇନ୍ ଅନୁସାରେ, ହୋମ କ୍ୱାରେଣ୍ଟାଇନ ଶେଷ ହେବା ପରେ ସାମାନ୍ୟ କରୋନାଭାଇରସ୍ ଲକ୍ଷଣ ଥିବା ରୋଗୀମାନଙ୍କୁ ଆଉ ନମୁନା ପରୀକ୍ଷା କରାଇବାକୁ ପଡ଼ିବନାହିଁ।
ଯଦି ଘରେ ଉପଯୁକ୍ତ ଆତ୍ମ-ଏକାନ୍ତବାସର ସୁବିଧା ଅଛି ଓ ରୋଗୀଙ୍କର ଯତ୍ନ ନେବାକୁ ଲୋକ ଅଛନ୍ତି, ତେବେ ସାମାନ୍ୟ କିଂବା ପ୍ରାକ୍ ଲକ୍ଷଣ ଥିବା କରୋନାଭାଇରସ୍ ଆକ୍ରାନ୍ତ ରୋଗୀମାନେ ଘରେ ରହିପାରିବେ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ହୋମ କ୍ୱାରେଣ୍ଟାଇନରେ ଥିବା ରୋଗୀ ନିଜର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜିଲ୍ଲା ସର୍ଭିଲେନ୍ସ ଅଧିକାରୀଙ୍କୁ ନିୟମିତ ସୂଚନା ଦେବେ। ଘରେ ତାଙ୍କର ତତ୍ତ୍ବ ନେଉଥିବା ଓ ସଂସ୍ପର୍ଶରେ ଆସୁଥିବା ସଦସ୍ୟମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବଂ ଡାକ୍ତର ପ୍ରେସ୍କ୍ରାଇବ୍ କରିଥିବା ଅନ୍ୟାନ୍ୟ ଔଷଧ ଖାଇବେ।
ସୂଚନାଯୋଗ୍ୟ, ଏପ୍ରିଲ୍ ୨୭ ତାରିଖ ଦିନ ଗୃହ ମନ୍ତ୍ରାଳୟ ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ, ରୋଗୀ ସଂକ୍ରମଣ ମୁକ୍ତ ବୋଲି ସର୍ଭିଲେନ୍ସ୍ ମେଡିକାଲ୍ ଅଫିସର୍ ସାର୍ଟିଫିକେଟ୍ ଦେବା ପରେ ଯାଇ ଗୃହ ଏକାନ୍ତବାସ ଶେଷ ହେଉଥିଲା।
previous post
