ଓଡିଶା

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

(ଜୟନ୍ତ ସେଠୀ/ ଗୋପ ): ଆଜି ସକାଳେ ଡଙ୍ଗା ଯୋଗେ ପୁରୀ ଜିଲ୍ଲାର ଚନ୍ଦ୍ରଭାଗାରେ ୧୬ ମତ୍ସ୍ୟଜୀବୀ ପହଞ୍ଚିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର ଟୁନିରୁ ଏମାନେ ଡଙ୍ଗାରେ ଫେରିଛନ୍ତି। ଏମାନେ ସମସ୍ତେ , ପୁରୀ ଜିଲ୍ଲାର କୋଣାର୍କ ଏନଏସିର ବୋଲି ଜଣାଯାଇଛି।

ଏହି ୧୬ଜଣ ଲକ୍ଡାଉନ୍ ଯୋଗୁ ଦୀର୍ଘ ଦିନ ଧରି ଫସି ରହିବା ପରେ ବାଧ୍ୟ ହୋଇ ଡଙ୍ଗା କିଣି ରବିବାର ବାହାରିଥିଲେ। ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ଚନ୍ଦ୍ରଭାଗାରେ ୧୬ ମତ୍ସ୍ୟଜୀବୀ ପହଞ୍ଚିଥିଲେ।ସେମାନଙ୍କୁ ସ୍ଥାନୀୟ ତହସିଲଦାର ପୃଥ୍ବୀରାଜ ମଣ୍ଡଳ, କୋଣାର୍କ ଏନଏସିର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ, ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ସଙ୍ଗରୋଧ କେନ୍ଦ୍ରର ପରିଚାଳନା ଦାୟିତ୍ବରେ ଥିବା ଭାଗିରଥୀ ବରାଳ ଓ ପଞ୍ଚାନନ ଲେଙ୍କା ପ୍ରମୁଖ ଚନ୍ଦ୍ରଭାଗାରୁ ସିଧା ସଙ୍ଗରୋଧ କେନ୍ଦ୍ରକୁ ଆଣିଥିଲେ। ଆଗରୁ ଏଠାରେ ୫ଜଣ ଆକ୍ରାନ୍ତ ଥିବା ଜଣାଯାଇଛି।

Related posts

OCS ପରୀକ୍ଷା ଫଳ: ହଟିଲା ଅନ୍ତରୀଣ ଅଙ୍କୁଶ 

mahabharatanews

ଆଖି ବୁଜିଲା ହଳଦିଆ ଆନାକୋଣ୍ଡା

mahabharatanews

ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ, ଜଣେ ମୃତ ସହ ୨ ଗୁରୁତର

mahabharatanews