ଓଡିଶା

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଜୁନ ୨୩ ରେ ଚଳିତ ରଥଯାତ୍ରା ପଡୁଛି । ତେବେ ଏହା ପୂର୍ବରୁ ଅର୍ଥାତ୍ ଜୁନ ୨୨ରେ ରଥ ନିର୍ମାଣ କାମ ସାରିବାକୁ ଓଡ଼ିଶା ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାକୁ ନେଇ କଟକର ଜନୈକ ବାସିନ୍ଦାଙ୍କ ପକ୍ଷରୁ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଣ ଦେଇଛନ୍ତି । ଅନ୍ୟ ପକ୍ଷରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ତ୍ୱରାନ୍ୱିତ ହୋଇଥିବା ଆଡଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ଆସନ୍ତା ମାସ ୨୨ ସୁଦ୍ଧା ନିର୍ମାଣ କାମ ସରିବ ବୋଲି କୋର୍ଟଙ୍କୁ ଜଣାଇଲେ ଏଜି ।

ସେପଟେ, କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି । ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ସଂଗରୋଧରେ ରହିଛନ୍ତି । ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖାଯିବା ସହ ସେମାନଙ୍କର ରହିବା ଖାଇବାର ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେହିଭଳି ପ୍ରତିଦିନ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ତେବେ ରଥଯାତ୍ରା ହେବ ନା ନାହିଁ ତାହା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ ।

Related posts

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କା  ଘୋଷଣା

mahabharatanews

 ଅଣସେବାୟତଙ୍କୁ ମହାପ୍ରସାଦ ବିକ୍ରି ମନା 

mahabharatanews

ବିଧି ମୁତାବକ ପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପନ୍ନ

mahabharatanews