ରାଜନୀତି

କର୍ମଚାରୀ ଘରୁ କାମ କରିବାକୁ ଟ୍ୱିଟର ଦେଲା ଅନୁମତି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ କର୍ମଜୀବୀମାନଙ୍କର କାମ କରିବାର ଶୈଳୀ ବଦଳି ଯାଇଛି । ଅନେକ ଅଫିସ୍‌ରେ ତାଲା ଝୁଲୁଛି ତ ଅନେକର କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ମିଳିଛି । କରେ।।ନାକୁ ନେଇ ସ୍ଥିତି ୨୦୨୨ ପର୍ଯ୍ୟନ୍ତ ଲାଗି ରହିବା ନେଇ ଡବ୍ଲୁଏଚଓ ପରୋକ୍ଷରେ ଇଙ୍ଗିତ କରିଛି । ତେଣୁ ଟ୍ବିଟର୍‌। କମ୍ପାନୀ ତା’ର କର୍ମଚାରୀମାନଙ୍କୁ ଦୀର୍ଘ ଦିନ ପାଇଁ ଘରେ ରହି କାମ କରିବାକୁ ଅନୁମତି ଦେଇଛି। ଏହି ସୋସିଆଲ୍‌ ମିଡିଆ କମ୍ପାନି ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ପୂର୍ବରୁ କମ୍ପାନି ତା’ର ଅନେକ ଅଫିସ୍‌କୁ ଖୋଲିବ ନାହିଁ। କର୍ମଚାରୀମାନେ କାମ କରିବେ କି ନାହିଁ ସେମାନେ ନିଜେ ନିଷ୍ପତ୍ତି ନିଅନ୍ତୁ।

Related posts

ଜିତୁଙ୍କ ‘ବଲ୍ଲେ ବଲ୍ଲେ ଢ଼ାବା’ରେ ଲାଗିଲା ଲଟକା

mahabharatanews

ବିଜେପି ସଂସଦୀୟ ବୋର୍ଡ ପୁର୍ନଗଠନ

mahabharatanews

ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

mahabharatanews