Uncategorized

ଦେଶରେ ୨୪ ଘଣ୍ଟାରେ ୧୦୦ ଜଣଙ୍କ ମୃତ୍ୟୁ, ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୮୧୯୭୦ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ୨୬୪୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଜି ସକାଳୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୯୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୧୦୧୯ ଜଣ, ଗୁଜରାଟରେ ୫୮୬ ଜଣ, ମଧ୍ୟପ୍ରଦେଶରେ ୨୩୭ ଜଣ, ଦିଲ୍ଲୀରେ ୧୧୫ ଜଣ, ଆନ୍ଧ୍ରପ୍ରଦେଶରେ ୪୮ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୧୧ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୫ ଜଣ, କେରଳରେ ୪ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୫ ଜଣ, ତାମିଲନାଡୁରେ ୬୬ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୮୮ ଜଣ ଏବଂ ପଶ୍ଚମବଙ୍ଗରେ ୨୧୫ ଜଣ ଅଛନ୍ତି ।

Related posts

ମାତୃତ୍ବ ଛୁଟି ୧ ବର୍ଷକୁ ବୃଦ୍ଧି

mahabharatanews

ସ୍ତ୍ରୀଙ୍କ ପାଇଁ ତିଆରି କଲେ ବିମାନ ଘର

mahabharatanews

ଜେଏନୟୁ ହିଂସା ପ୍ରମାଣ ସଂରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ

mahabharatanews