ଓଡିଶା

କଟକଣା ଉଲ୍ଲଂଘନ ୨ ମୋଟରସାଇକେଲ ଜବତ ସହ ୩ ଗିରଫ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଵେଧଡ଼କ ଭାବେ ଗୁଟ୍ଖା ଓ ମାଦକ ଦ୍ରବ୍ୟ ବିକ୍ରି ଚାଲିଛି । ଜନୈକ ବ୍ୟବସାୟୀ ଦୀର୍ଘଦିନ ହେଲା ଚଢ଼ାଦରରେ ବେଆଇନ ଭାବେ କାରବାର ଚଳାଇ ଆସୁଥିଲେ। ପୋଲିସ ପକ୍ଷରୁ ଗୁରୁବାର ଧୋବାସାହି ଛକନିକଟରେ ଗୁଟ୍ଖା ବିକ୍ରି ଚାଲିଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ଏହି ସମୟରେ ମାଷ୍ଟରମାଇଣ୍ଡ୍ ତଥା ମୁଖ୍ୟ ବ୍ୟବସାୟୀ ଜଣକ ସର୍ବସମ୍ମୁଖରେ ଘଟଣାସ୍ଥଳରୁ କୌଶଳ କ୍ରମେ ଚମ୍ପଟ ମାରିଛନ୍ତି। ଯାହାକି ଉପସ୍ଥିତ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଅନ୍ୟ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଟ୍କା, ତବାଖୁ ପୁଡିଆ ସହ ୨ଟି ମୋଟରସାଇକେଲ ଜବତ କରିଛି । ଗିରଫ ଯୁବକମାନେ ହେଲେ ପୁରୁଷୋତ୍ତମପୁରର ପୂର୍ଣ୍ଣଚନ୍ଦ୍ର ପାଳ, ଗୋଠିଆଳି ଗ୍ରାମର ଏସ୍. ଜୟସେନ୍ ପାତ୍ର ଓ ଚଢ଼େୟାପଲ୍ଲୀର ଇ. ଉମାଶଙ୍କର ସେନାପତି । ଏହାକୁ ନେଇ କେସ୍ ନଂ. ୧୧୩/୨୦ ରୁଜୁ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି ।

Related posts

ସରକାରୀ ତହବିଲରୁ ଦରମା ପ୍ରାପ୍ତ ଅଧିକାରୀଙ୍କୁ ବିଜେଡି ପ୍ରଚାରରେ ଲଗାଉଛି

mahabharatanews

ବନକଲାଗି ବିବାଦ : ଆଜି ବସିବ ପରିଚାଳନା କମିଟି ବୈଠକ

mahabharatanews

ଦୁର୍ଘଟଣା ଘଟାଇଥିବା ମଦ୍ୟପ ଡ୍ରାଇଭରକୁ ଧରିଲେ ଲୋକେ

mahabharatanews